ଆଠମଲ୍ଲିକ – ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ । ସମ୍ପର୍କୀୟ ଭାଇକୁ ପିଟି ହତ୍ୟା ଭାଇ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକରୁ ବୌଦ୍ଧ ଯାଇଥିବା ୬୨ ନମ୍ବର ରାଜ୍ୟ ରାଜପଥରେ ଏଭଳି ଘଟଣା ଘଟିଛି । ମୃତକ ଜଣଙ୍କ କନ୍ଧପଡା ଗ୍ରାମର ବୀର କିଶୋର ସାହୁ । ହତ୍ୟାକାରୀ କନ୍ଧପଡା ଗ୍ରାମର ପ୍ରଦୀପ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଗତକାଲି ରାତି ୮ ଟା ବେଳେ ପୂର୍ବ ଶତ୍ରୁତାକୁ ନେଇ ପ୍ରଦୀପ କୌଣସି ମାରଣାସ୍ତ୍ରରେ ବୀରକିଶୋରକୁ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ହତ୍ୟାକାରୀ ପ୍ରଦୀପ ଆଠମଲ୍ଲିକ ଥାନାରେ ଆତ୍ମସମର୍ପଣ କରିଥିଲା । ଯେହେତୁ ଘଟଣା ଘଟିଥିବା ସ୍ଥାନଟି କିଆକଟା ଥାନା ଅଧୀନରେ ଯାଉଛି, ତେଣୁ ଆଠମଲ୍ଲିକ ଥାନା ତରଫରୁ କିଆକଟା ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ କିଆକଟା ଥାନାଧିକାରୀ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୋଳ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ତେବେ ପ୍ରାଥମିକ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପାରିବାରିକ ତିକ୍ତତା ରହିଥିଲା । ଯେଉଁଥିପାଇଁ ଉଭୟ ଅନେକ ସମୟରେ ହାତାହାତୀ ହୋଉଥିଲେ ।

