ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ ସହର ଅମଲାପଡ଼ାର ସୌରଭ ଦାସ (୨୧) । ମଙ୍ଗଳବାର ଦିନ ଜିନ୍ଦଲ କାରଖାନାରୁ ନିଜର କାର୍ଯ୍ୟ ସମାପ୍ତ କରି ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ସହ ଏକ ଟାଟା ମ୍ୟାଜିକ ଗାଡ଼ିରେ ଘର ଅଭିମୁଖେ ଫେରୁଥିବା ବେଳେ ଜିନ୍ଦଲ କମ୍ପାନୀ ପରିସରରେ ଏକ ଟ୍ରଲର (ବଡ ଟ୍ରକ୍) ସହିତ ସେ ଆସୁଥିବା ଗାଡ଼ିର ଧକ୍କା ହୋଇଥିଲା । ଫଳରେ ସୌରଭଙ୍କ ଛାତିରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତ୍ତର ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ମୃତ ସୌରଭ ଘଟଣାରୁ ପ୍ରକାଶ ଯେ ସକାଳ ଖବର କାଗଜର ସାମ୍ବାଦିକ ତଥା ଅନୁଗୁଳ ଅମଲାପଡା ନିବାସୀ ସଂଗ୍ରାମ ରଞ୍ଜନ ଦାସଙ୍କ ପୁତୁରା । Advertisement
ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ ଅନୁଗୋଳ – ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ…
ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ ଅନୁଗୁଳ – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି (ଗୁରୁବାର) ପାର୍ଲିଆମେଣ୍ଟରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…