ମୁଖ୍ୟ ଖବର ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ବାପା ମୃତ Angul OnlineJune 21, 2023June 21, 2023 କିଶୋରନଗର – ଝିଅ ବାହାଘର ସମୟରେ ବିବାହ ସାମଗ୍ରୀ ଆଣିବାକୁ ଯାଇ ଦୁର୍ଘଟଣାରେ ଗଲା ବାପାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ଅଞ୍ଚଳରେ । ଖଣ୍ଡହତା ଗାଁର ପ୍ରଶାନ୍ତ ଦେହୁରୀଙ୍କ ଝିଅର ଆଜି ବାହାଘର ଥିଲା । ବାହାଘର ପାଇଁ ବର ବି ପହଞ୍ଚି ସାରିଥିଲା ଗାଁରେ । ମାତ୍ର ଏହି ସମୟରେ ବିବାହ ପାଇଁ କିଛି ସାମଗ୍ରୀର ଆଵଶ୍ୟକତା ପଡିବାରୁ ପ୍ରଶାନ୍ତ କିଶୋରନଗର ବଜାରରୁ ଆଣିବା ପାଇଁ ଯାଇଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ପ୍ରଶାନ୍ତଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବିରେ କିଶୋରନଗର ଛକରେ ମୃତଦେହ ରଖି ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ଫଳରେ ବାମୁରରୁ ମାଧପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । Advertisement
ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ ଅନୁଗୁଳ – ପ୍ରେମିକାକୁ ପାଇବା ପାଇଁ ପ୍ରେମିକା ଘରକୁ ଗଲା ପ୍ରେମିକ , ହେଲେ ପ୍ରେମିକାଙ୍କ ପରିବାର ପକ୍ଷରୁ ସୀକୃତି ନ ମିଳିବାରୁ ଧାରୁଆ ଅସ୍ତ୍ରରେ ନିଜ…
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ଗୋଟିଏ ଟ୍ରକ ( ଓଡି-୩୫-୦୪୩୪) ଓ ମୋଟରସାଇକେଲ …