ଆଞ୍ଚଳିକ ବର୍ଷାରେ ବେହାଲ ଅନୁଗୋଳ Angul OnlineJune 25, 2023June 25, 2023 ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ ବର୍ଷାରେ ଏଭଳି ବେହାଲ ହୋଇ ଯାଇଛି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳ । ମୌସୁମୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ତୁରଙ୍ଗ ଅଞ୍ଚଳରେ ଜାତୀୟ ରାଜପଥରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନୁଗୋଳ ସହର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା , ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ସେହିଭଳି ଭରତନଗର , ବ୍ରାହ୍ମଣୀଦେଇପଡା ଆଦି ଜଳମଗ୍ନ ହେବା ଫଳରେ ଘର ଭିତରେ ପାଣି ପଶି ଯାଇଥିଲା । ଅନୁଗୋଳ ସହର ନିକଟସ୍ଥ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଏହି ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଥିଲା । ପ୍ଲାଣ୍ଟର ଏକ ବଡ଼ ବ୍ରାଉଣ୍ଡରୀ ଭୁଶୁଡି ପଡିଥିବା ଜଣା ପଡ଼ିଛି । ପ୍ରାୟ ଅଞ୍ଚଳ ଜଳମଗ୍ନ ହୋଇଥିବା ଯୋଗୁଁ ଅନେକ ଗୁଡିଏ ମୋଟରସାଇକେଲ , କାର ଆଦି ପାଣିରେ ବୁଡି ରହିଛି । Advertisement
ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି।…
ଶତାୟୁ କମ୍ୟୁନିଷ୍ଟ ନେତାଙ୍କ ପରଲୋକ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପୋଡାପଡା ଗ୍ରାମର ବରିଷ୍ଠ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭…
କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଅସହଯୋଗ ଆନ୍ଦୋଳନ ଅନୁଗୁଳ – ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କ୍ୟାଡର ପୁନର୍ଗଠନ,ଗ୍ରେଡ ପେ ତଥା ଅନ୍ୟାନ୍ୟ ଦାବି ପୁରଣରେ…