ମୁଖ୍ୟ ଖବର ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ Angul OnlineJuly 2, 2023July 2, 2023 ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ ହୋଇଛି ସକ୍ଷମ ।ଗତ ଏକବର୍ଷ ଧରି କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା ।କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଅଫିସ ଆଗରେ ବିକ୍ଷୋବ କରିଥିଲେ । ବନବିଭାଗ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି କୁମ୍ଭୀର ଉଦ୍ଧାର ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଏ ନେଇ ବନବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ଆଉ ଆଜି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କୁମ୍ଭୀର କାର୍ଯ୍ୟକ୍ରମ ।ଜାଲ ସାହାଯ୍ୟରେ ବନବିଭାଗ କୁମ୍ଭୀର ଧରିବାକୁ ପ୍ରାୟ ସକାଳ ୯ଟାରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ ।ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲା । ପରେ କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯିବା ପାଇଁ ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୁଣାକୋଟ ବନାଞ୍ଚଳ ଅଧିକାରୀ । ଉଦ୍ଧାର କୁମ୍ଭୀର ମଗର ପ୍ରଜାତିର ହୋଇଥିବାବେଳେ ପୋଖରୀରେ ଅନ୍ୟ ଏକ କୁମ୍ଭୀର ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ତାକୁ ପୋଖରୀରୁ ଧରିବା ପାଇଁ ଦାବି କରିଛନ୍ତି । Advertisement
ଅଗ୍ନିକାଣ୍ଡରେ ୧୦ ଛେଳି ଜୀବନ୍ତ ଦଗ୍ଧ ଅନୁଗୋଳ – ଅନୁଗିଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ…
ଇଟାଭାଟିରେ ତହସିଲଦାରଙ୍କ ଲୋକ ଦେଖାଣିଆ ଚଢାଉ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଇଟା ଭାଟି ଗୁଡିକ ଉପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି…
ପୋଷାକ ଦୋକାନରେ ଅଗ୍ନିକାଣ୍ଡ ଅନୁଗୁଳ – ଅନୁଗୁଳ ବଜାର ଛକ ସ୍ଥିତ ଏକ ଡ୍ରେସ ଶୋ ରୁମରେ ଅଗ୍ନିକାଣ୍ଡ । ଏହା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ଜଳି ପାଉଁଶ…