ରାଜନୀତି ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ Angul OnlineJuly 12, 2023July 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ ସହିତ ଜୀବନ ହାନୀ ମଧ୍ୟ ହେଉଛି । ଲୋକଙ୍କ ଠାରୁ ଏହି ସମସ୍ୟା ଶୁଣିବା ପରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ରୋକିବା ପାଇଁ ୪.୬୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବନ୍ତଳାର ୪୩ ଟି ଗାଁରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯାଇ ଅଧ୍ବକ ସୁରକ୍ଷା ବ୍ୟବସ୍ଥାର ବିକାଶ କରାଯିବ । ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କ ଅନୁଗୋଳ ଗସ୍ତ ସମୟରେ ବନ୍ତଳା ଠାରେ ହାତୀ ଆକ୍ରମଣ ସଂପର୍କରେ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଏଥି ସହିତ ୫-ଟି ସଚିବଙ୍କ ବନ୍ତଳା ଅଂଚଳ ପରିଦର୍ଶନ ସମୟରେ ଏକ ଅଗ୍ନିଶମ ସେବା କେନ୍ଦ୍ରର ଆବଶ୍ୟକତା ସଂପର୍କରେ ଜନସାଧାରଣ ଅବଗତ କରାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ତଳା ଠାରେ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ସହିତ ସାତକୋଶିଆ ଇକୋ ଟୁରିଜିମ୍ ସ୍ଥାନରେ ମଧ୍ୟ ଏକ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ କରାଯିବ । ବହୁ ଦିନର ପ୍ରମୁଖ ଦାବିକୁ ପୂରଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁଗୋଳ ବ୍ଲକ ବିଜେଡି ପକ୍ଷରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି କୃତଜ୍ଞତା ଜ୍ଞାପନ କରା ଯାଇଥିଲା । ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ , ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପ୍ରତିନିଧି ଅରୁନାଭ ସିଂହଙ୍କ ସମେତ ବ୍ଳକର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ଅନେକ ସରପଞ୍ଚ ସମିଟିସଭ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ 5ଟି ସଚିବ ଭି.କେ ପାଣ୍ଡିଆନ ପାଳଲହଡା ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ପବିତ୍ରନଗର ଏବଂ ପାଳଲହଡା ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଲୋକଙ୍କ ସହ ମିଶିଥିଲେ ଏବଂ ଅଭିଯୋଗ ଶୁଣିବା ସହ ସମାଧାନ ର ପ୍ରତିଶୃତି ଦେଇଥିଲେ I ତେବେ ସଚିବ ପାଳଲହଡା ଛାଡିବାର 10 ଘଣ୍ଟା ମଧ୍ୟରେ ଅଞ୍ଚଳ ବାସୀ ଙ୍କ ଦ୍ୱାରା ଦାବି କରାଯାଇଥିବା ବିଭିର୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ 100 କୋଟି ରୁ ଉର୍ଦ୍ଧ ଟଙ୍କା ମଞ୍ଜୁର କରିଥିଲେ । ମାଙ୍କଡ଼ା ନାଳ ଉପରେ ପୋଲ ଯୋକପାନି ଠାରୁ ସରୂଆଲି ରାସ୍ତା ପାଇଁ 15.85 କୋଟି ଟଙ୍କା ରେ ପୋଲ, ଅନ୍ଧାରୀ ନାଳ ଉପରେ 5.38 କୋଟି ଟଙ୍କା ବିନିମୟରେ କୁଚିଆବେଡା ଠାରୁ ଓଡ଼ଶ ରାସ୍ତା ରେ ପୋଲ ଏବଂ ବିଜାଗୋଠ ଠାରୁ ରୋହିଲା ପର୍ଯ୍ୟନ୍ତ ଖରବା ନାଳ ଉପରେ 4.59କୋଟି ଟଙ୍କା ର ପୋଲ, 21.85କୋଟି ଟଙ୍କା ବିନିମୟରେ ପାଲଲହଡା ଫାର୍ମ ଠାରୁ ନାଇକାନିପାଲି ରାସ୍ତା,42.08 କୋଟି ଟଙ୍କା ରେ ଖଡ଼କା କୁମ୍ଭାରମାଟି ଠାରୁ ସିବିଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯାହାକୁ ନେଇ ପାଳଲହଡା ବିଜୁ ଜନତା ଦଳ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ଏବଂ ସନ୍ଧ୍ୟା ରେ ମା କୁଣ୍ଢେଇବିରା ଙ୍କ ପାଖରେ ପୂଜାର୍ଚ୍ଚନା ପରେ ମୁଖ୍ୟ ବଜ଼ାର ଛକ ଠାରେ ବିଭିର୍ନ ସଂଗଠନ ପକ୍ଷ ରୁ ଏକ ସାଧାରଣ ସଭା ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବ ଙ୍କୁ ଧନ୍ୟବାଦ ଦିଆଯିବା ସହ କୃତଂଜ୍ଞତା ଜ୍ଞାପନ କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ପାଲଲହଡା ଅଞ୍ଚଳ ବାସି ଙ୍କ ସମସ୍ୟା କୁ ଗୁରୁତ୍ଵ ଦେଇ ଅନୁଦାନ ପ୍ରଦାନ କରିଥିବାରୁ ବିଧାୟକ ଶ୍ରୀଯୁକ୍ତ ପାଲ ଅଞ୍ଚଳବାସୀ ଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ବିଜୁ ଜନତା ଦଳ ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ବିଶ୍ଵାଳ, ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକ ଏବଂ ପାଲଲହଡା ବ୍ଲକ ସଭାପତି ଗଙ୍ଗାଧର ଜିତ ଉପସ୍ଥିତ ଥିଲେ। Advertisement
ଭାଗିରଥି ଛାଡିଲେ ରମେଶ ସାଏ ଧରିଲେ ପଦ୍ମ ଅନୁଗୁଳ ଜିଲ୍ଲା ବିଜେପିର ଗୋଟିଏ ପଟେ ଦୁଇ ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଅନ୍ୟପଟେ ଆଠମଲ୍ଲିକ ବିଧାୟକ ବିଜେଡି ଛାଡି ବିଜେପିରେ ଯୋଗ…
ବିଧାୟକଙ୍କ ନାମରେ ଭିତ୍ତିହୀନ ଖବର ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଯୁବ ଓ ଛାତ୍ର ବିଜେଡ଼ି ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନାମରେ ଭିତିହୀନ ଖବର ପ୍ରସାରଣ କରା ଯାଉଛି । ଯାହା ଫଳରେ ବିଧାୟକଙ୍କ ସମ୍ମାନ ଉପରେ…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…