ଆଞ୍ଚଳିକ ହାତୀ ଆକ୍ରମଣରେ ଜଣେ ଗୁରୁତର – ଘଟଣାକୁ ନେଇ ଉତ୍ତେଜନା Angul OnlineJuly 13, 2023July 13, 2023 ଅନୁଗୋଳ – ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ (୫୫ ବର୍ଷ) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ପୋକତୁଙ୍ଗା ଗାଁର ସୁରେଶ ପ୍ରଧାନ ଶିବ ମନ୍ଦିର ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ସୁରେଶ ଚିତ୍କାର କରିବା ପରେ ହାତୀଟି ସ୍ଥାନୀୟ ଜଙ୍ଗଲକୁ ଚାଲି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଓ ହାତୀ ଦାଉରୁ ସ୍ଥାୟୀ ପ୍ରତିକାର କରିବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରଶାସନିକ ଅଧିକାରୀ ଓ ବନ ବିଭାଗ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଅଭିପଶାଙ୍କୁ ରାଜ୍ୟ ପୁରସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି ।…
ଖୋଲିବ ଧର୍ମାନୁଷ୍ଠାନ ଅନୁଗୁଳ – କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଓ ସମସ୍ତ ଉପ- ଜିଲ୍ଲାପାଳଙ୍କ ଠାରୁ ମତାମତ ନେଇ ଅନୁଗୁଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକୁ…
ଅତ୍ୟାଧୂନିକ ଦୈନିକ ପରିବା ବଜାର ଓ ସ୍ଥାୟୀ ପାର୍କିଂ ପାଇଁ ପ୍ରସ୍ତାବ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ଓ ଖଣିଖାଦାନ ପାଇଁ ଅନୁଗୁଳ ସହରର ଜନସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେହି ଅନୁପାତରେ…