ଅପରାଧ ହତ୍ୟା ଅଭିଯୁକ୍ତ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ Angul OnlineJuly 18, 2023July 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମଙ୍ଗଳବାର ହତ୍ୟା ଅଭିଯୁକ୍ତ ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁସାରେ , ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ କରମଙ୍ଗାସାହିର ସୁବାଶିଷ ମହାପାତ୍ର ଜଣେ ଦଣ୍ଡ ନାଚ କଳାକାର । ସୁବାଶିଷ ୨୦୨୧ ସେପ୍ଟେମ୍ବର ୩ ତାରିଖ ରାତି ପ୍ରାୟ ୧୦ଟାରେ ଗାଁର ସୁବାଷ ଚନ୍ଦ୍ର ଦୋରା(୬୦)ଙ୍କୁ ଦଣ୍ଡନାଚ ବାବଦ ପାରିଶ୍ରମିକ ଟଙ୍କା ମାଗିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁବାଷ ଚନ୍ଦ୍ର ଦୋରା ଓ ତାଙ୍କ ପୁଅ ମନୋରଞ୍ଜନ ଦୋରା ମିଶି ସୁବାଶିଷଙ୍କୁ ମାଡ଼ମାରିଥିଲେ । ସୁବାଷ ୨ ହାତରେ ସୁବାଶିଷଙ୍କୁ ଜାବୁଡ଼ି ଧରିଥିବା ବେଳେ ଏକ ଶାବଳରେ ମନୋରଞ୍ଜନ ସୁବାଶିଷଙ୍କ ମୁଣ୍ଡରେ ଆଘାତ କରିଥିଲେ। ଏହି ସମୟରେ ସେଠାରେ ସୁବାଶିଷଙ୍କ ମା‘ ସୁଷମା ମହାପାତ୍ର ପହଞ୍ଚି ପାଟି କରିବାରୁ ସ୍ଥାନୀୟ ଲୋକେ ଋଣ୍ଢ ହୋଇଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ସୁବାଶିଷଙ୍କୁ ଆମ୍ବୁଲାନ୍ସରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୁବାଶିଷଙ୍କ ମା’ ସୁଷମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଦଫା ୩୦୨ ଓ ୩୪ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ସୁବାଷ ଓ ମନୋରଞ୍ଜନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାରକରି ଅନୁଗୋଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ଉଭୟ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତକରି ମଙ୍ଗଳବାର ଆଜୀବନ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ। Advertisement
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…
ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ…
ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ…