ଅପରାଧ ଉପ-ବାଚସ୍ପତିଙ୍କ ବାସଭବନ ଆଗରେ ପୁଲିସକୁ ଆକ୍ରମଣ(ଭିଡିଓ) Angul OnlineJuly 25, 2023July 25, 2023 ଅନୁଗୋଳ – ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରି ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସକୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ହରେଶ ଚନ୍ଦ୍ର ଦଳେଇ ନାମକ ଜଣେ ଏ ଏସ ଆଇ ଓ ଅନ୍ଯ ଜଣେ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ 15 ମିନିଟ କାଳ ଏଭଳି ଆକ୍ରମଣ କରି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ଦେଖଣାହାରୀ ପାଳଟିଥିଲେ । କେହି ଛଡ଼ାଇବାକୁ ମଧ୍ୟ ସାହସ କରି ନଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ମଧ୍ଯ ହୋଇଛନ୍ତି । ପରେ ବଅଁରପାଳ ପୁଲିସ ସଦଳବଳ ପହଂଚି ଦୁଇ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଯୁବକ ଗୋତମରା ଗାଁର ସିପୁନ ଭୋଇ ଏବଂ ଦିପକ ଭୋଇ ବୋଲି ଜଣା ପଡିଛି । https://angulonline.com/odia/wp-content/uploads/2023/07/WhatsApp-Video-2023-07-25-at-22.19.03.mp4 Advertisement
ଗଞ୍ଜେଇ ସହିତ ଟ୍ରାକ୍ଟର ଜବତ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ…
ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା…
ଭୋଗ ଦୋକାନରୁ ମଦ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସହର ଆଇଟିଆଇ ଛକ ନିକଟରେ ଥିବା ଏକ ଭୋଗ ଦୋକାନରୁ ବିପୁଳ ପରିମାଣର ମଦ ଜବତ କରା ଯାଇଛି ।…