ଅପରାଧ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ଲକ୍ଷାଧିକ ଟଙ୍କା ଲୁଟ୍ Angul OnlineAugust 7, 2023August 7, 2023 ଅନୁଗୁଳ – ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍ ହୋଇଛି । ସୁଚନା ଅନୁସାରେ , ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଗୋପାଳପୁର ଗାଁର ଅରବିନ୍ଦ ନାୟକ(୨୪) ଅନୁଗୁଳରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାରେ ଲୋନ୍ ଅଫିସର ଭାବେ କାମ କରନ୍ତି । ସୌଭାଗ୍ୟନଗରରେ ଥିବା ଫାଇନାନ୍ସ ସଂସ୍ଥାର କାର୍ଯ୍ୟାଳୟରୁ ସେ ରବିବାର ପ୍ରଗତିନଗର, ସାକୋସିଂହା ଆଦି ଗାଁକୁ ଯାଇଥିଲେ । ଟଙ୍କା ସଂଗ୍ରହ କରି ମୋଟରସାଇକେଲରେ ଫେରିବା ବେଳେ ସାକୋସିଂହା ଗାଁ ଶେଷରେ ଥିବା ଆମ୍ବ ବଗିଚା ନିକଟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କୁ ବିଧା, ଚାପୁଡ଼ା ମାରିବା ସହ ଗାଡ଼ି ଚାବି ଫିଙ୍ଗି ଦେଇଥିଲେଥିଲେ । ସେମାନେ ମୁହଁରେ କପଡ଼ା ବାନ୍ଧିଥିଲାବେଳେ ହାତରେ ଛୁରି, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ । ମାଡ ମାରିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗ୍ରୁ ୧ ଲକ୍ଷ ୩୩ ହଜାର ୬୮୦ ଟଙ୍କା ଝାମ୍ପି ନେଇଥିଲେ । ଟଙ୍କା ନେବା ପରେ ଦୁର୍ବୃତ୍ତମାନେ ୨ଟି ମୋଟରସାଇକେଲରେ ସାକୋସିଂହା ଆଡ଼କୁ ପଳାଇଥିଲେ। ଏ ନେଇ ଅରବିନ୍ଦ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୫୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତଙ୍କ କୌଣସି ସନ୍ଧାନ ମିଳି ପାରି ନାହିଁ । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ…
ତୀର ମାଡରେ ଯୁବକ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି…