ଟାଙ୍ଗିଆରେ ପତ୍ନୀଙ୍କୁ ହାଣି ହତ୍ୟା – ସ୍ୱାମୀ ଗିରଫ

ବଇଣ୍ଡା – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ପତ୍ନୀ ରଇବାରି ଦେହୁରୀଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର ଦେହୁରୀ ଏକ ଟାଙ୍ଗିଆ ରେ ହାଣି ହତ୍ୟା କରିଛନ୍ତି । ଏ ନେଇ ତାଙ୍କ ପୁଅ ସୁରେଶ ଦେହୁରୀଙ୍କ ଅଭିଯୋଗ କ୍ରମେ ହଣ୍ଡପା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚକ୍ରଧରଙ୍କୁ ଶୁକ୍ରବାର ଦିନ ଗିରଫ କରିଛି ।

ସୂଚନା ଅନୁସାରେ, ଚକ୍ରଧର ଗୁରୁବାର ସନ୍ଧ୍ୟାରେ ବାହାର ଅଂଚଳରୁ କାମ କରି ଘରକୁ ଫେରିଥିଲେ । ପରେ ସାମାନ୍ୟ କଥାକୁ ନେଇ ତାଙ୍କ ପତ୍ନୀ ରଇବାରିଙ୍କ ସହ ଝଗଡା ହୋଇଥିଲା । ଏଥିପାଇଁ ଚକ୍ରଧର ପୁଣି ବାହାରକୁ ଯାଇ ମଦ୍ୟ ପାନ କରି ଆସି ଘରେ ରଖିଥିବା ଏକ ଟାଙ୍ଗିଆରେ ରଇବାରିଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ରଇବାରିଙ୍କର ମୃତ୍ୟୁ ହୋଇ ଥିଲା । ଖବର ପାଇ ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚକ୍ରଧରଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ କୁ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page