ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ସନ୍ଦେହ

ଅନୁଗୋଳ – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଟାଙ୍ଗିରି ଗାଁରେ ଶନିବାର ଅପରାହ୍ନରେ ଜଣେ ବୃଦ୍ଧଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଟାଙ୍ଗିରି ଗାଁର ବାବାଜୀ ବେହେରା (୭୫) ।

ସୂଚନା ଯଅନୁସାରେ, ଟାଙ୍ଗିରି ଗାଁର ବାବାଜୀ ବେହେରା ଆଜି ଘରେ ମଧ୍ୟାହ୍ନରେ ଘର କାମ କରୁଥିଲେ । ହଠାତ ୪ ଟା ବେଳେ ସେ ଅଚେତ ହୋଇ ପଡିଯାଇଥିଲେ । ଏହା ଦେଖି ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ତେବେ ତିନି ଚାରି ଦିନ ହେବ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିଲା । ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାବାଜୀ ବେହେରାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପରେ ପୁଲିସ ମୃତଦେହ ଜବତ କରି ଘଟଣାର ଛାନଭୀନ ଚଳାଇଛି । ଶଵ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ଦେବବ୍ରତ ନାୟକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page