ଅପରାଧ ହୋଟେଲ ରେଟିଂ ନାଁରେ ଟଙ୍କା ଠକେଇ Angul OnlineAugust 8, 2023August 8, 2023 ଅନୁଗୁଳ – ସାଇବର ଠକମାନେ ନୁଆଁ ନୁଆଁ ଫନ୍ଦି ବହାରକରି ଲୋକଙ୍କୁ ଠକିବାରେ ଲାଗିଛନ୍ତି । କେବେ କ୍ରେଡିଟ କାର୍ଡ ବାହାନାରେ ତ ଆଉ କେତେବେଳେ ଚାକିରୀର ପ୍ରଲୋଭନ ଦେଖାଇ ଟଙ୍କା ଠକୁଛନ୍ତି ସେମାନେ । ତେବେ ଅନୁଗୁଳରେ ଜଣେ ଛାତ୍ରୀଙ୍କ ପାଖରୁ ହୋଟେଲ ରେଟିଂ ଦେଲେ ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ୨୭ ହଜାର ଟଙ୍କା ଠକି ନେଇଥିବା ଜଣା ପଡିଛି । ଏହି ଠକେଇର ଶୀକାର ହେଲା ପରେ ଛାତ୍ରୀ ଜଣଙ୍କ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଜଣେ ଛାତ୍ରୀ ଅନୁଗୁଳରେ ରହି ଏକ କଲେଜରେ ପଢ଼ନ୍ତି । ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସି , ଅନ୍ଲାଇନ୍ରେ ହୋଟେଲକୁ ଭଲ ରେଟିଂ ଦେଲେ ଟଙ୍କା ମିଳିବ ବୋଲି ତାଙ୍କୁ ଏକ ସାଇବର ଠକ ପରାମର୍ଶ ଦେଇଥିଲା । ଏଥିରେ ସେ ଭଳି ଯାଇ ରେଟିଂ ଦେଇଥିଲେ । କିନ୍ତୁ ଟଙ୍କା ପଠାଇବା ପୂର୍ବରୁ ଏଥିପାଇଁ ପ୍ରଥମେ କିଛି ଟଙ୍କା ପଠାଇବା ପାଇଁ ଠକ କହିଥିଲା । ଛାତ୍ରୀଜଣଙ୍କ ପର୍ଯ୍ୟାୟକ୍ରମେ ୨୭ ହଜାର ଟଙ୍କା ଦେଇ ଦେଇଥିଲେ । କିନ୍ତୁ ପରେ ଟଙ୍କା ନ ପାଇ ଠକାମୀର ଶୀକାର ହୋଇଥିବା ଜାଣିଥିଲେ । ଏହା ଜାଣିବା ପରେ ସେ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। Advertisement
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…
ପୁଣି ଅଲୋଡା ହେଲା ଶିଶୁକନ୍ୟା ବନ୍ତଳା – ଅନୁଗୁଳ ଜିଲ୍ଲାରେ ପୁଣି ଶିଶୁକନ୍ୟା ଅଲୋଡ଼ା ହୋଇଛି । ଜନ୍ମ ପରେ ରାସ୍ତା କଡକୁ ଫିଙ୍ଗିଦେଇ ମା ଚାଲି ଯାଇଛି । ଏଭଳି ଏଭଳି…
ଦୁଇ ମୋବାଇଲ ଫୋନ ଚୋର ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ ହୁଲୁରିସିଂହା ଅଞ୍ଚଳରେ ମୋବାଇଲ ଚୋରୀ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…