ଆଞ୍ଚଳିକ କେନାଲରେ ବୁଡି ଶିଶୁ ମୃତ Angul OnlineAugust 15, 2023August 15, 2023 ଅନୁଗୁଳ – ଅନୁଗୋଳ ସହର ଉପକଣ୍ଠ ହେମସୁରପଡା କେନାଲରେ ବୁଡି ଆଜି ଜଣେ ଶିଶୁର ମୃତ୍ଯୁ ହୋଇଛି । ହେମସୁରପଡା କେନାଲ ହୁଡାରେ ଦୁଇ ଶିଶୁ ଖେଳୁଥିବା ବେଳେ ଉଭୟ କେନାଲରେ ଖସି ପଡିଥିଲେ । ସୌଭାଗ୍ଯ ବସତଃ ଜଣେ ଶିଶୁ ଉଦ୍ଧାର ପାଇ ଯାଇଥିବା ବେଳେ ଅନ୍ଯ ୩ ବର୍ଷର ଶିଶୁର ମୃତ୍ଯୁ ହୋଇଛି । ସୁଚନା ଅନୁସାରେ ହେମସୁରପଡା ନାଖରାସାହିର ସର୍ବ ବେହେରା ଓ ତାଙ୍କ ସ୍ତ୍ରୀ ବିଲରେ କାମ କରୁଥିବା ବେଳେ ତାଙ୍କ ୭ ବର୍ଷର ପୁଅ ସୁର୍ଯ୍ୟ ବେହେରା ଓ ୩ ବର୍ଷର ପୁଅ ବୁଲୁ ବେହେରା ଜମି ନିଅକଟରେ ଯାଇଥିବା କେନାଲ ହୁଡାରେ ବସି ଖେଳୁଥିଲେ । ତେବେ କୌଣସି କାରଣ ବସତଃ ଉଭୟ ଶିଶୁ କେନାଲରେ ଖସି ପଡିଥିଲେ । କିଛି ସମୟ ପରେ ସର୍ବ ଓ ତାଙ୍କ ସ୍ତ୍ରୀ ଆସି ଉଭୟ ଶିଶୁ ପାଣିରେ ପଡିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ସେମାନେ ଉଭୟ ଶିଶୁକୁ ପ୍ରଥମେ ଏକ ଘରୋଇ ନର୍ସିଂ ହୋମ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ୩ ବର୍ଷର ଶିଶୁ ବୁଲୁକୁ ମୃତ ଘୋଷଣା କରିଥିଲେ । ବଡ ପୁଅ ସୁର୍ଯ୍ଯ ସୁସ୍ଥ ଥିବା ଜଣା ପଡିଛି । Advertisement
କୋଇଲା ଖଣିକୁ ବିରୋଧ କରି ବିରାଟ ରାଲିରେ ଆସି ତହସିଲ ଘେରାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ପୁଣିଥରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତି ଗ୍ରସ୍ତ ପ୍ରଜା ମାନେ…
ଯାତ୍ରା କମିଟି ନାଁରେ ମାମଲା – ଦର୍ଶକଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିବା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର୍ ଥାନା ଅନ୍ତର୍ଗତ କଣ୍ଟିଆପଶୀ ଗାଁରେ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରୁଛି । ଯେଉଁଥିପାଇଁ ଦର୍ଶକ ମାନେ ନାଟକ ଦେଖିବାକୁ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…