ମୁଖ୍ୟ ଖବର ହାତୀ ଆକ୍ରମଣରେ ୨ ମୃତ ଜଣେ ଗୁରୁତର – ଦୁଇ ଥର ଆନ୍ଦୋଳନରେ ବସିଲେ ଲୋକ Angul OnlineAugust 24, 2023August 24, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି । ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ(୪୨)ଘର ସମ୍ମୁଖ ଦାଣ୍ଡ ଝାଡୁ କରୁଥିବାବେଳେ ପ୍ରଥମେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ(୬୨)ଟାକୁଆ ନାଳକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବନ ବିଭାଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ରାଶି ଦେବାକୁ ପ୍ରତିଶ୍ରୁତି ଦେବା ସହ ସୁଧକ୍ରିୟା ପାଇଁ ୫୦ ହଜାର ଟଙ୍କା ଓ ସ୍ଥାନୀୟ ଅଞ୍ଚଳରେ ସୋଲାର ଫେନ୍ସି , ଏବଂ ଷ୍ଟ୍ରିଟ ଲାଇଟର ବନ୍ଦୋବସ୍ତ କରିବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଅପରାହ୍ନରେ ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ସାହାରାଗୁଡ଼ା ଗ୍ରାମର ହାତୀ ଆକ୍ରମଣରେ ଗୁରୁତର ଅକ୍ଷୟ ନାଏକଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ବନ ବିଭାଗ ଚିକିତ୍ସା ଖର୍ଚ୍ଚ ନଦେବାରୁ ସ୍ଥାନୀୟ ଅନଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା । ସେମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ବନ୍ତଳା ଛକରେ ବନ ବିଭାଗ ବିରୋଧରେ ଟାୟାର ଟାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି ସାହାରାଗୁଡ଼ାବାସୀଙ୍କୁ ବୁଝାସୁଝା କରିଥିଲା । ଗାଁ ଲୋକଙ୍କର ଅଭିଯୋଗ ଅନୁସାରେ ହାତୀ ଆକ୍ରମଣରେ ଗୁରୁତର ଅକ୍ଷୟ ନାଏକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ରହିଛି । ସେ ଜଣେ ଗରିବ ଲୋକ ହୋଇଥିବାରୁ ବନ ବିଭାଗ ତରଫରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଏଥି ସହିତ ସାହାରାଗୁଡ଼ା ଗାଁର ଚାରିପାର୍ଶ୍ବରେ ସୌରଚାଳିତ ତାରବାଡ଼ ଦିଆଯିବା ପାଇଁ ମଧ୍ୟ ସେମାନେ ଦାବି କରିଥିଲେ । ପରେ ପ୍ରଶାସନିକ ଅଧିକାରୀ ମାନେ ବୁଝାସୁଝା କରିବା ପରେ ଅନ୍ଦୋଳନ ପ୍ରତ୍ଯାହୃତ ହୋଇଥିଲା । Advertisement
ସେଲଫି ନେବା ବେଳେ ବୁଡିଗଲା ଡଙ୍ଗା – ଆସିଷ୍ଟାଣ୍ଡ ଲୋକୋ ପାଇଲଟ ମୃତ ଅନୁଗୁଳ – ସେଲ୍ଫି ନେବା ହୋଇଛି କାଳ । ୪ ଯୁବକ ଜଳ ଭଣ୍ଡାର ଭିତରକୁ ଡଙ୍ଗା ନେଇ ଫଟୋ ଉଠାଇବାକୁ ଯାଇଥିବା ବେଳେ ଡଙ୍ଗା ବୁଡି…
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…
ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି…