ମୁଖ୍ୟ ଖବର ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ – ୨ ଆହତ Angul OnlineFebruary 18, 2021February 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବରସାହି ଗାଁରେ ବିଦ୍ୟୁତ ସର୍ଟ ସର୍କିଟ ହେବା ଫଳରେ ଅଗ୍ନିକାଣ୍ଡ ଘଟି ତିନି ବଖରାଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ରଙ୍ଗମାଟିଆ ସାହିର କୃଷ୍ଣ ମାହାର ,କପିଳ ମାହାର ,ସୁନିଲ ମାହାରଙ୍କ ପରିବାର ଦିନ ୩ଟା ବେଳେ ଘରେ ବିଶ୍ରାମ ନେଇଥିବା ବେଳେ ହଠାତ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଯାଉଥିବା ଦେଖି ପଡିଶା ଘର ଲୋକ ମାନେ ଆସି ଘର ଭିତରେ ରହି ଯାଇଥିବା କୃଷ୍ଣ ମାହାର ,କପିଳ ମାହାର ,ସୁନିଲ ମାହାରଙ୍କ ପରିବାର ଲୋକମାନଙ୍କୁ ଉଦ୍ଧାର କରିଥିଲେ । ପରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ସୁନିଲ ମାହାର ଓ ସରୋଜ ମାହାର ନିଆଁରେ ପୋଡି ହୋଇ ଆହତ ହୋଇ ଯାଇଥିଲେ । ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଆହତ ବ୍ୟକ୍ତି ଦ୍ବୟଙ୍କୁ ୧୦୮ ଆମ୍ବୁଲାନସରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ସେପଟେ ଅନୁଗୁଳ ବ୍ଲକ ତାଳସାହିରେ ଅଗ୍ନିକାଣ୍ଡ ଘଟି ଗାଁର ଶମ୍ଭୁନାଥ ନାଏକଙ୍କ ଦୁଇ ବଖରା ଘର ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ରାସ୍ତା ଅଣ ଚଉଡା ଥିବା ଯୋଗୁଁ ଦମକଳ ଗାଡି ସାହି ଭିତରକୁ ପଶି ପାରି ନଥିଲା । ପରେ ବହୁ ଚେଷ୍ଟା କରି ନିଆଁକୁ ଆୟତ୍ତ କରା ଯାଇଥିଲା । Advertisement
ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି…
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…