ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୫ ବର୍ଷ କାରାଦଣ୍ଡ Angul OnlineSeptember 21, 2023September 21, 2023 ଅନୁଗୁଳ(ଅନୁଗୁଳ ଅନଲାଇନ୍) -୨୧/୦୯ – ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ପକ୍ସୋ ସ୍ବତନ୍ତ୍ର ଅଦାଲତ ଗୁରୁବାର ଜଣେ ଜଣେ ୭୩ ବର୍ଷର ଦୁଷ୍କର୍ମକାରୀଙ୍କୁ ୫ ବର୍ଷର କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ , ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୨୦ ମସିହା ଜୁଲାଇ ୩୦ ତାରିଖ ସକାଳେ ବାଉଁଶ କରଡ଼ି ପାଇଁ ଯାଇଥିବା ଜଣେ ୧୩ ବର୍ଷର ନାବାଳିକାଙ୍କୁ ଶିବ ପ୍ରଧାନ(୭୩) ନାମକ ଜଣେ ବୃଦ୍ଧ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏ ନେଇ ନାବାଳିକା ତାଙ୍କ ବାପାଙ୍କୁ ଜଣାଇଥିଲେ । ନାବାଳିକାଙ୍କ ବାପା ଏ ନେଇ ଗାଁରେ ଭଦ୍ରଲୋକଙ୍କୁ ନେଇ ସଭା କରିଥିଲେ । ତେବେ ସେହି ସଭାକୁ ଅଭିଯୁକ୍ତ ଶିବ ଆସିନଥିଲେ । ତେଣୁ ଏ ନେଇ ୨୦୨୦ ମସିହା ଜୁଲାଇ ୩୧ ତାରିଖରେ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ୧୦୩/୨୦ରେ ଦଫା ୩୭୬((୩), ୫୦୬ ଓ ପକ୍ଶୋ ଆଇନର ଧାରା ୪ରେ ମାମଲା ରୁଜୁକରି ଅଭିଯୁକ୍ତ ଶିବଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲରେ ପକ୍ସୋ ସ୍ବତନ୍ତ୍ର ଅଦାଲତର ବିଚାରପତି ରୁଦ୍ର ପ୍ରସାଦ ମହାପାତ୍ର ୧୬ ଜଣ ସାକ୍ଷୀଙ୍କ ବୟାନ ଓ ୧୩ଟି ଦଲିଲକୁ ଆଧାରକରି ଅଭିଯୁକ୍ତ ଶିବ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତକରି ୫ ବର୍ଷ କାରାଦଣ୍ଡସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲାକୁ ସ୍ବତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । Advertisement
କୋର୍ଟ ପରିସର କଣ୍ଟେନମେଣ୍ଟ ଜୋନ ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା…
ଗାଡି ସାଇଡମରା ପାଇଁ ହୋଇଥିଲା ଗୋଡାଇ ଗୋଡାଇ ଛୁରାମାଡ – ୧୦ ଜଣଙ୍କୁ ଗିରଫ କଲା ପୁଲିସ ଅନୁଗୁଳ – ଗତ ଦୁଇ ଦିନ ତଳେ ଅନୁଗୁଳ ସହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ ଘଟଣାର ପର୍ଦାଫାସ କରିଛି ପୁଲିସ । ଗାଡି ସାଇଡମରା…
ରାସ୍ତାରୁ ମାଡ ମାରି ଅପହରଣ – ପୁଲିସକୁ ଦେଖି ଚମ୍ପଟ ମାରିଲେ ଅପହରଣକାରୀ ତାଳଚେର – ଅପହରଣ କରି ଟଙ୍କା ଦାବି । ଟଙ୍କା ନ ମିଳିବାରୁ ନିସ୍ତୁକ ମାଡ । ପିନ୍ଧିଥିବା ସୁନା ଚେନ୍ , ମୁଦି ଏବଂ ବ୍ରେସଲେଟ…