ଅପରାଧ ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ Angul OnlineSeptember 24, 2023September 24, 2023 ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଅନୁଗୁଳ ସହର ରାଧାରମଣପଡାର ଜଣେ ନାବାଳକ ୧୫ ତାରିଖ ଅପରାହ୍ନରେ ଘର ନିକଟ ପଡିଆରେ ଖେଳୁଥିଲା । ତେବେ ସନ୍ଧ୍ଯାରେ ନାବାଳକ ଜଣଙ୍କ ଆଉ ଘରକୁ ଫେରି ନଥିଲା । ପରିବାର ଲୋକ ଖୋଜା ଖୋଜି ପରେ ନ ପାଇବାରୁ ଦେବଗଡ ଜିଲ୍ଲା ହାତିଶାଳସାହିର ଅମିୟ ଠାକୁର ନାମଙ୍କ ଜଣେ ଯୁବକ ଉପରେ ତାଙ୍କର ସନ୍ଦେହ ହୋଇଥିଲା । କାରଣ ଅମିୟ ଗତ ମାସରେ ମଧ୍ଯ ନାବାଳକକୁ ଫୁସୁଳାଇ ନେଇ ଯାଇଥିଲା ଏବଂ ପରେ ଦେବଗଡ ଥାନାରେ ଅଭିଯୋଗ କରି ନାବାଳକକୁ ଉଦ୍ଧାର କରା ଯାଇଥିଲା । ଏଣୁ ସେମାନେ ଦେବଗଡ ଅମିୟର ଘରକୁ ଯାଇ ବାପା-ମା ଙ୍କୁ ପଚରାଉଚୁରା କରିଥିଲେ । ସେମାନେ ଏ ସମ୍ପର୍କରେ କିମ୍ବା ଅମିୟ କୁଆଡେ ଯାଇଥିବା ସମ୍ପର୍କରେ ଜାଣି ନଥିବା କହିବାରୁ ପରିବାର ଲୋକ ନିରାଶ ହୋଇ ଅନୁଗୁଳ ଥାନାର ଆଶ୍ରୟ ନେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଦେବଗଡ ଜିଲ୍ଲାରୁ ନାବାଳକକୁ ଉଦ୍ଧାର କରିବା ସହ ଅମିୟକୁ ଗିରଫ କରିଥିଲା । ଆଜି ଅମିୟକୁ ଦଫା ୩୭୦ ଓ ୩୬୫ ଆପିସିରେ କୋର୍ଟ ଚାଲାଣ କରା ଯାଇଛି । Advertisement
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ଘର ପଛ କୁଅରୁ ବୃଦ୍ଧା ମା’ର ମୃତଦେହ ଉଦ୍ଧାର – ହତ୍ଯା ସନ୍ଦେହରେ ପୁଅ ଅଟକ ଆଠମଲ୍ଲିକ – ବୃଦ୍ଧା ମାକୁ ମାରି ଖୋଲା କୂଅରେ ପୋତି ଦେଲା ପୁଅ । ଏଭଳି ଅଭିଯୋଗ ହେଲା ପରେ ପୁଅକୁ ଅଟକ ରଖି ମାଟି ଖୋଳି…