ଟ୍ରେନ ଚାଳକଙ୍କୁ ମାଡ଼ ମାରି ଲୁଟ କରିବା ଘଟଣାରେ ନଅ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ଖଣି ଏରିଆରେ ଛିଡା ହୋଇଥିବା ଏକ ଟ୍ରେନର ଚାଳକ ଓ ପଏଣ୍ଟମ୍ୟାନଙ୍କୁ ମାଡ଼ ମାରିବା ସହ ଟ୍ରେନରୁ ଡିଜେଲ ଲୁଟ ହୋଇଥିଲା । ଏହି ଘଟଣାରେ ତାଳଚେର ପୁଲିସ ୯ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବୋଲେରୋ , ୧୧୨୦ ଲିଟର ଡିଜେଲ ଜବତ କରିଛି ।

ସୂଚନା ଅନୁସାରେ , କଣିହାଁ ଏନ ଟି ପି ସି ର ଡି ଜି ଏମ ଗତ ୧୦ ତାରିଖ ଦିନ ତାଳଚେର ଥାନାରେ ଏକ ଟ୍ରେନରୁ ଲୁଟ ହୋଇଥିବା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ ଏନ ଟି ପି ସି କୁ କୋଇଲା ଆଣିବା ପାଇଁ ଯାଇଥିବା ଏକ ଟ୍ରେନ ଲିଙ୍ଗରାଜ କୋଇଲା ଖଣି ରେଲୱେ ସାଇଡିଂରେ ୯ ତାରିଖ ଦିନ ଛିଡା ହୋଇଥିଲା । ଦିନ ପ୍ରାୟ ୧୨ ତା ବେଳେ ୬ ରୁ ୮ ଜଣ ଯୁବକ ହଠାତ ସେଠାକୁ ଆସି ଟ୍ରେନର ଲୋକୋ ପାଇଲଟ ରେହମାନ ଖାଁ ଏବଂ ପଏଣ୍ଟ ମ୍ୟାନ କୀର୍ତ୍ତି ଭୂଷଣ ସାହଙ୍କୁ ନିର୍ଧୁମ ମାଡ ମାରି କ୍ଷତାକ୍ତ କରି ଦେବା ସହ ଟ୍ରେନରେ ଥିବା ୧୨୦୦ ଲିଟର ଡିଜେଲ ନେଇ ଫେରାର ହୋଇ ଯାଇଥିଲେ । ଏହି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ୯ ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ହେଲେ ସ୍କଟଲ୍ୟାଣ୍ଡପୁରର ଅନିଲ ନାଏକ , ପଂଚୁ ନାଏକ , ସୁନିଲ ନାଏକ , ସୁବ୍ରତ ନାଏକ , ପ୍ରସନ୍ନ ନାଏକ ଏବଂ ଚତୁରା ନାଏକ , ଖାଇରପାଳ ଗାଁର ରାଜେଶ ଭୁତିଆ , କଙ୍କିଲି ଗାଁର ପ୍ରଶାନ୍ତ ପ୍ରଧାନ ୱେବ ତାଳବେଡା ଗାଁର ଦୀପକ ସାମଲ  । ସେମାନଙ୍କ ନିକଟରୁ ୧୧୨୦ ଲିଟର ଡିଜେଲ ଜବତ କରିବା ସହ ସେମାନେ ଲୁଟ ପାଇଁ ବ୍ୟବହାର କରିଥିବା ଦୁଇଟି ବୋଲେରୋ ଗାଡିକୁ ମଧ୍ୟ ପୁଲିସ ଜବତ କରିଛି । 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page