ଅପରାଧ ଗୁଣି ସନ୍ଦେହରେ ମଞ୍ଚାରେ ଶୋଇଥିବା ଚାଷୀକୁ ହତ୍ଯା କରିଥିଲେ – ୩ ଗିରଫ Angul OnlineOctober 14, 2023October 14, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବେରୀ ଗାଁରେ ମଞ୍ଚାରେ ଶୋଇଥିବା ଚାଷୀ ହତ୍ୟାକାଣ୍ଡର ପର୍ଦାଫାସ କରିଛି ଅନୁଗୁଳ ପୁଲିସ । ଚାଷୀ ବିଶ୍ବନାଥ ବର୍ଗିଆ(୫୦)ଙ୍କୁ ଗଳାକାଟି ହତ୍ୟା କରିବା ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଣାକୋଟ ଥାନା ଓଲାବେରୀ ଗାଁର ବିନୋଦ ଗୁରୁ, ପରଦେଶୀ ଗୁରୁ ଓ ଆଠମଲ୍ଲିକ ଥାନା ନୋଲେଶ୍ବର ଗାଁର ସତ୍ୟ ଦେହୁରୀ । ଗୁଣିଗାରେଡ଼ିକୁ ସନ୍ଦେହ ପରେ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ହୋଇଥିବା ସୁଚନା ମିଳିଛି । ସୁଚନା ଅନୁସାରେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବେରୀ ଗାଁର ବିଶ୍ବନାଥ ବର୍ଗିଆ ଗତ ୮ ତାରିଖ ରାତିରେ ଘର ପାଖ ଚାଷ ଜମି ଜଗିବାକୁ ଯାଇ ଜମି ପାଖରେ ଥିବା ମଞ୍ଚାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ଦେଇଥିଲା । ଜୀବନ ବିକଳରେ ସେ ଘରକୁ ଦୌଡ଼ି ଦୌଡ଼ି ଆସିଥିଲେ ମଧ୍ୟ ଏଠାରେ ତାଙ୍କର ମୃତ୍ଯୁ ହୋଇଥିଲା । ଏନେଇ ବିଶ୍ବନାଥଙ୍କ ପତ୍ନୀ ପୁରୁଣାକୋଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୯୩/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ସମୟରେ ଗାଁର ବିନୋଦ ଗୁରୁ ନିଜ ପରିବାର ସହ ଗାଁ ଫେରାର୍ ହୋଇଯିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ପୁଲିସ ତନାଘନା କରି ତାକୁ ଆଠମଲ୍ଲିକ ଥାନା ନୋଲେଶ୍ବର ଗାଁର ସତ୍ୟ ଦେହୁରୀଙ୍କ ଘରୁ ଉଠାଇ ଆଣି ପଚରାଉଚରା କରିବା ପରେ ସେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ଆଗରେ ସ୍ବୀକାର କରିଥିଲା । ଏଥିରେ ତା’ ସମ୍ପର୍କୀୟ ପରଦେଶୀ ଗୁରୁ ସହାୟତା କରିଥିଲା । ମୃତ ବିଶ୍ବନାଥ ଆଗରୁ ଗ୍ରାମଦେବତୀଙ୍କ ପୂଜକ ଥିବାବେଳେ ସେ ବିନୋଦର ଦ୍ବିତୀୟ ପତ୍ନୀ ଟୁରି ଗୁରୁଙ୍କୁ ଗୁଣିଗାରେଡ଼ି କରୁଥିବା ବିନୋଦ ସନ୍ଦେହ କରୁଥିଲା । ଏଥିପାଇଁ ଗତ ୨ ବର୍ଷ ହେଲା ଟୁରିଙ୍କ ଦେହ ଅସୁସ୍ଥ ରହିଥିବା ସେ ଭାବୁଥିଲା । ଏଥିପାଇଁ ବିଶ୍ବନାଥଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ଏ ନେଇ ସେ ସଂପର୍କୀୟ ପରଦେଶୀ ଗୁରୁର ସହାୟତା ଲୋଡ଼ିଥିଲା । ଉଭୟ ଗତ ୮ ତାରିଖ ରାତିରେ ଏକ ଧାରୁଆ ଛୁରିରେ ବିଶ୍ବନାଥଙ୍କ ଗଳାକୁ କାଟି ଦେଇଥିଲେ । ପରେ ଏକ ବୁଦାରେ ଛୁରିକୁ ଲୁଚାଇ ନିକଟସ୍ଥ ନାଳରେ ଗାଧୋଇ ଘରକୁ ଫେରିଥିଲେ। ପୁଲିସ ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ବିନୋଦକୁ ଘରେ ଲୁଚାଇ ରଖିଥିବା ସତ୍ୟ ଦେହୁରୀକୁ ଗିରଫ କରିଛି । ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। Advertisement
ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି…
ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…