ଅପରାଧ ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ Angul OnlineNovember 30, 2023November 30, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳର ଜଣେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଜରିମନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି । ସୂଚନା ଅନୁସାରେ, ୨୦୨୧ ଜୁନ୍ ୨୯ ତାରିଖ ରାତିରେ ଡାକ୍ତରାଣୀ ଛେଣ୍ଡିପଦାର ଏକ ହୋଟେଲରୁ ଖାଇବା ମଗାଇଥିଲେ । ହୋଟେଲ୍ ମାଲିକଙ୍କ ପୁଅ ଅଭିଯୁକ୍ତ ସୁକାନ୍ତ ରାତି ପ୍ରାୟ ୧୨ଟାରେ ହୋଟେଲରୁ ଖାଦ୍ୟ ପାର୍ସଲ ଧରି ଡାକ୍ତରାଣୀଙ୍କ ଘରେ ପହଂଚି ଥିଲା । ଡାକ୍ତରାଣୀ କବାଟ ଖୋଲିବା ମାତ୍ରେ ସେ ଧସେଇ ପଶି ଡାକ୍ତରାଣୀଙ୍କୁ ବଳାତ୍କାର କରିଥିଲା । ପୁଲିସ୍ରେ ଅଭିଯୋଗ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା । ଏହି ସମୟରେ ଡାକ୍ତରାଣୀଙ୍କ ଦୁଇ ଭାଇ ସେଠାରେ ପହଞ୍ଚି ଯାଇଥିଲେ। ସେମାନେ ଅଭିଯୁକ୍ତଙ୍କୁ କାବୁ କରିବା ବେଳେ ସେ ଧକ୍କା ମାରି ଫେରାର୍ ହୋଇଯାଇଥିଲା । ଏନେଇ ଡାକ୍ତରାଣୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିବା ବେଳେ ମୋଟ ୧୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ସୁକାନ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ କରିଥିବା ବାପ-ପୁଅଙ୍କ ଚେର ଲମ୍ବା ରହିଛି । ଏହି ରାକେଟରେ ବାପ-ପୁଅଙ୍କ ବ୍ୟତୀତ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି…
ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁରେ ଗତ ୧୧ ତାରିଖରେ ଘଟିଥିବା ଏକ ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତଙ୍କୁ ସୋମବାର…
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…