ମୁଖ୍ୟ ଖବର ଗାଁକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା Angul OnlineDecember 25, 2023December 25, 2023 ପାଲଲହଡ଼ା – ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି । ଗତ ମଧ୍ୟ ରାତ୍ରିରେ ପାଲଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତର ଲକ୍ଷ୍ମୀପ୍ରିୟାପୁର ଗ୍ରାମର କୀର୍ତ୍ତନ ନାୟକ ଡାଲ ଛକଠାରୁ ବରିହାମୁଣ୍ଡା ଜଙ୍ଗଲ ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଜଙ୍ଗଲରେ ଦନ୍ତା ହାତୀ ଦଳି ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା । ଆଜି ସକାଳେ ପରିବାର ଲୋକ ଗ୍ରାମବାସୀଙ୍କ ସହ ମିଶି ଖୋଜା ଖୋଜି କରିବା ବେଳେ କୀର୍ତ୍ତନର ମୃତଦେହ ବରିହାମୁଣ୍ଡା ଜଙ୍ଗଲର ରାସ୍ତାକଡ଼ରେ ମିଳିଥିଲା । ବନ ବିଭାଗ ବିଳମ୍ବରେ ପହଞ୍ଚି ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପାଲଲହଡ଼ା ବନ ବିଭାଗ ରେଞ୍ଜର ରମେଶ ଚନ୍ଦ୍ର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା । ଏଠାରେ ସୁଚନା ଯୋଗ୍ଯ ଯେ , ଆଜିକୁ ୪ ଦିନ ହେଲା ବରିହାମୁଣ୍ଡା ଜଙ୍ଗଲରେ ୩ଟି ଦନ୍ତା ହାତୀ ସହ ୨୬ଟି ବଣୁଆ ହାତୀ ରହିଛନ୍ତି । Advertisement
ମୋବାଇଲ ଗେମରେ ହାରି ନିଜ ତଣ୍ଟି କାଟିଲେ ଯୁବକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସୌମ୍ୟରଞ୍ଜନ ନାୟକ ନାମକ ଜଣେ ଯୁବକ ମୋବାଇଲ…
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…
ଟ୍ରକ ପଛରେ ପିଟିଲା କାର – ୫ ମୃତ ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଜାତୀୟ ରାଜପଥ ୧୪୯ର କଣ୍ଟିଆପଶି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୫ ଜଣଙ୍କର…