ମୁଖ୍ୟ ଖବର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଦେବ ନିମନ୍ତ୍ରଣ Angul OnlineDecember 27, 2023December 27, 2023 ଅନୁଗୁଳ – ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିଲାଗି ଗତକାଲି ଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ । ଭାରତବର୍ଷର ବିଭିନ୍ନ ମନ୍ଦିର , ୪ ଧାମ ଏବଂ ୧୨ଟି ଜ୍ୟୋର୍ତିଲିଙ୍ଗ , ଦାରୁ ଆସିଥିବା ବିଭିନ୍ନ ସ୍ଥାନ କୁ ଯାତ୍ରା କରିଛନ୍ତି ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ । ଦେଶ ତଥା ଦେଶ ବାହାରର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୂଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇ ବାହାରିଛନ୍ତି ୩୦ରୁ ଉର୍ଦ୍ଧ୍ବ ପ୍ରତିନିଧି ଦଳ । ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲାର ଗୋପାଳ ପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ପୀଠ ଏବଂ ଅନୁଗୁଳ ସ୍ଥିତ ଶୈଳଶ୍ରୀକ୍ଷେତ୍ର ମନ୍ଦିରକୁ ଆଜି ପୁରୀରୁ ଆସିଥୁବା ସ୍ବତନ୍ତ୍ର ପ୍ରତିନିଧି ଦଳ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ନିମନ୍ତ୍ରଣ ପତ୍ର ଧରି ପୁରୀରୁ ଆସିଥୁବା ବରିଷ୍ଠ ସେବାୟତ ଶ୍ରୀ ନରସିଂହ ମହାପାତ୍ର, ଶ୍ରୀ ନାରାୟଣ ମହାପାତ୍ର ଓ ନୋଡାଲ ଅଧିକାରୀ ଶ୍ରୀ ସର୍ମତ୍ ଆଚାର୍ଯ୍ୟଙ୍କୁ ଅନୁଗୁଳର ଶୈଳଶ୍ରୀକ୍ଷେତ୍ର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକୀର୍ତ୍ତନ, ଓଡିଶୀ ନୃତ୍ୟ,ହୁଳ ହୁଳି ସହ ଭବ୍ୟ ସ୍ବାଗତ କରାଯାଇ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ଓ ଦୁଇ ମନ୍ଦିରର ସେବାୟତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ, ମନ୍ଦିର ପରିଚାଳନା କମିଟିର ସଦସ୍ୟ,ଗଣମାଧ୍ୟମର ପ୍ରତିନିଧି ଓ ବହୁ ବୁଦ୍ଧିଜିବୀ ପ୍ରମୁଖ ଯୋଗ ଦେଇଥିଲେ । Advertisement
ନୂମା-ବାପିଙ୍କ କୁଟୀର ହେଲା ନୂଆ ଛପର ଅନୁଗୋଳ – ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର । ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ…
ଋଣ ଭାର ସହି ନପାରି ଆତ୍ମହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ…
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…