ଆଞ୍ଚଳିକ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟାଳୟ ଉଦ୍ଘାଟନ Angul OnlineDecember 29, 2023December 29, 2023 ଅନୁଗୁଳ – ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାନୀୟ ମାରଓ୍ବାଡ଼ି ପଞ୍ଚାୟତ ଧର୍ମଶାଳା ଠାରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆଗାମୀ ଜାନୁଆରୀ ୨୨ ତାରିଖରେ ହେବାକୁଥିବା ଶ୍ରୀରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ସମ୍ପର୍କୀୟ ଅଭିଯାନର ବିଶଦ ବିବରଣୀ ପ୍ରଦାନ କରାଯାଇଥିଲା । ସୂଚନା ଅନୁଯାୟୀ, ଅଯୋଧ୍ୟାସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ତା-୩୦.୧୨.୨୦୨୩ ରିଖ ଶନିବାର ଦିନ ଦିବା ୧୦.୩୦ ମିନିଟ୍ରେ ଏକ ଭବ୍ୟ ଧାର୍ମିକ ଶୋଭାଯାତ୍ରା ଶୈଳଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଅନୁଗୁଳ ନଗର ପରିକ୍ରମା କରିବ । ଏହି ଶୋଭାଯାତ୍ରାରେ ବିଭିନ୍ନ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ସଂଗଠନର ଶ୍ରଦ୍ଧାଳୁ ରାମଭକ୍ତ ଗଣ ଯୋଗ ଦେବେ । ଦ୍ବିତୀୟତଃ ଜାନୁଆରୀ ୧ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାମଭକ୍ତ ଗଣ ଘରକୁ ଘର ଯାଇ ଅଯୋଧ୍ୟାରୁ ଆସିଥିବା ପବିତ୍ର ‘ଅକ୍ଷତ’ ନିମନ୍ତ୍ରଣ ସ୍ବରୂପ ବଣ୍ଟନ କରିବେ ଓ ପ୍ରାଣ ପ୍ରତିଷ୍ଠା ଦିବସ ଜାନୁଆରୀ ୨୨ ତାରିଖରେ ପ୍ରତି ପରିବାର ପାଞ୍ଚଗୋଟି ଦୀପ ଜଳାଇ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଉକ୍ତ ଦିନ ଦିବା ୧୧ ଘଟିକାରୁ ୨ ଘଟିକା ମଧ୍ୟରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସିଧା ପ୍ରସାରଣ ବିଭିନ୍ନ ମନ୍ଦିର ଓ ସାର୍ବଜନିକ ସ୍ଥାନରେ ଦେଖାଇବାର ଯୋଜନା ସମ୍ପର୍କରେ ବୁଝାଇବେ। ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ରାଷ୍ଟ୍ରୀୟ ଏକତା, ଶାନ୍ତି ଓ ସୌହାର୍ଯ୍ୟର ବାର୍ତ୍ତା ପ୍ରଚାର କରିବ ବୋଲି ଅଭିଯାନର କାର୍ଯ୍ୟକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ଏକ ବିଶେଷ କାର୍ଯ୍ୟକ୍ରମ ସ୍ବରୂପ ଜାନୁୟାରୀ ୨୨ ତାରିଖ ସଂନ୍ଧ୍ୟାରେ ଶ୍ରୀ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ କାଳୀନ ୧୧ ଶହ ଦିପ ଜଳାଇ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପାଇଁ ସମବେତ ଉକ୍ତ ମାନେ ଶ୍ରଦ୍ଧା ନୈବେଦ୍ୟ ଅର୍ପଣ କରିବେ । ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଶ୍ରୀଅଭୟ ରାୟ, ସହ ସଂଯୋଜକ ଶ୍ରୀ ଚନ୍ଦ୍ରକାନ୍ତ ଧଳ, ଉପଦେଷ୍ଟା ଶ୍ରୀଗୋପାଳ ମୁଦ୍ରା, ଶ୍ରୀ ଅଶୋକ ମୋଦି, ଶ୍ରୀ ବିଷ୍ଣୁ ତୁଳସିଆନ୍ ଆଦି କର୍ମକର୍ତ୍ତା ଉପସ୍ଥିତ ଥିଲେ । Advertisement
ଦୁର୍ଗା ପୂଜା ସମିତି ଅମଲାପଡାର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡାର ଚଳିତ ବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଅମଲାପଡାସ୍ଥିତ ଦୁର୍ଗା ମଣ୍ଡପ…
ଜିଲ୍ଲାରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ ଅନୁଗୁଳ – ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି । ମୁମ୍ବାଇ ସ୍ଥିତ କ୍ରାନ୍ତି…
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…