ଅପରାଧ ୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ Angul OnlineJanuary 8, 2024January 8, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୬ ଜଣଙ୍କ ମଧ୍ଯରେ ଜଣେ ନାବାଳକ ଥିବା ବେଳେ ଜବତ ବ୍ରାଉନସୁଗାରର ମୂଲ୍ଯ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗିରଫ ଅନ୍ଯ ୫ ଜଣଙ୍କ ମଧ୍ଯରୁ କାଣ୍ଡସର ଗାଁର ଦିପକ ସେଠୀ ଓ ବଳରାମପ୍ରାସଦର ପ୍ରଭାକର ମହାପାତ୍ର , ଡମ୍ବରୁଧର ଦାସ , ପ୍ରଶାନ୍ତ ନାହାକ , ଦିଲ୍ଲିପ ବାରିକ । ଆଜି ଏହି ସବୁ ଅଭିଯୁକ୍ତ କନିଆଁବେଡା ଗାଁ ମୁଣ୍ଡରେ ଥିବା ଓଭରବ୍ରିଜ ନିକଟରେ ବ୍ରାଉନସୁଗାର ବେପାର କରିବା ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ଖବର ପାଇ ନାଲକୋନଗର ପୁଲିସ ଚଢାଉ କରିଥିଲା । ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । Advertisement
ଚଢା ସୁଧରେ ଟଙ୍କା ଋଣ ଦେଉଥିବା ଅଭିଯୋଗରେ ଦୁଇ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମରେ ଟଙ୍କା ଋଣ ଦେବା ସହ ଚଢା ହାରରେ ସୁଧ ସଂଗ୍ରହ କରୁଥିବା ଅଭିଯୋଗରେ ଦୁଇ…
ଗଞ୍ଜେଇ ଜବତ, ଦମ୍ପତି ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ…
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା…