ମୁଖ୍ୟ ଖବର ପୁଣି ଦୂର୍ଘଟଣା ନେଲା ଜୀବନ – ଟ୍ରକ ଧକ୍କାରେ ଜଣେ ମୃତ Angul OnlineJanuary 29, 2024January 29, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ତାଳଚେର ସମଲ ଅଞ୍ଚଳର ହେମନ୍ତ ଅମାନ୍ତ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ହେମନ୍ତ ଜଣେ ପାନ ବ୍ୟବସାୟୀ ହୋଇଥିବା ବେଳେ ସେ ଥର୍ମାଲ ହାଟରୁ ବ୍ୟବସାୟ ସାରି ନିଜ ଗାଁ ସମଲ ବିକିସରକୁ ଫେରୁଥିବା ବେଳେ ବାଙ୍କଧାରା ଛକ ଠାରେ ତାଙ୍କୁ ଏକ ଟ୍ରକ ଧକା ଦେଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇପଡିଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ରାସ୍ତାର ଦୁରାଵସ୍ଥା ସହ ଶହଶହ କୋଇଲା ଟ୍ରକ ଯାତାୟତ ଯୋଗୁଁ ଏହିଭଳି ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଥିବା ନେଇ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ତାଳଚେର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ…
ଦୁର୍ଘଟଣାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ସାମ୍ନାରେ ଏକ ମୋଟରସାଇକେଲକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ ହୋଇଥିବା ବେଳେ ଅଳ୍ପକେ ସ୍ୱାମୀ ଏବଂ…
ଅଙ୍ଗଦାନ କରି ଅମର ହୋଇଗଲେ ଅନୁଗୁଳର ବିଶ୍ଵଜିତ ଅନୁଗୁଳ – ଅଙ୍ଗଦାନ କରି ଅମର ହେଲେ। ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ର ବିଶ୍ବଜିତ ଦାସ । ଗତ…