ଅପରାଧ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ Angul OnlineMarch 13, 2024March 13, 2024 ଅନୁଗୁଳ – ସ୍କୁଲରୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଆଡହକ ଜିଲ୍ଲା ଓ ଦୌରାଜଜ । ସୁଚନା ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅଞ୍ଚଳର ଏକ ସ୍କୁଲକୁ ୨୦୨୨ ମସିହା ଅକ୍ଟୋବର ମାସ ୧୮ ତାରିଖରେ ନାବାଳିକା ଜଣଙ୍କ ପାଠ ପଢିବାକୁ ଯାଇଥିବା ବେଳେ ସ୍କୁଲର ଶିକ୍ଷୟତ୍ରୀ , ମଧ୍ଯାହ୍ନ ଭୋଜନ ପରେ ନାବାଳିକା ଜଣଙ୍କ ଆଉ ସ୍କୁଲକୁ ଫେରି ନଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ବେଳେ କେହି ଜଣେ ଯୁବକ ନାବାଳିକାଙ୍କୁ ଘୋଷାଡି ନେଇ ଯାଉଥିବା ଦେଖିଥିବା କଥା ସ୍କୁଲର ଜଣେ ଛାତ୍ର ପରିବାର ଲୋକଙ୍କୁ ସୁଚନା ଦେଇଥିଲେ । ଏହା ଜାଣିବା ପରେ ପରିବାର ଲୋକ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳର ଜଗା @ ସୌଭାଗ୍ଯ ବେହେରା ନାମକ ଜଣେ ଯୁବକ ଏହି ନାବାଳିକାକୁ ଅପହରଣ କରି ନେଇ ଯାଇଥିବା ଜାଣିବାକୁ ପାଇଥିଲା । ପୁଲିସ କଣ୍ଟାବଣିଆରେ ଚଢାଉ କରି ସୌଭାଗ୍ଯକୁ ଗିରଫ କରି ପୋକସୋ ମାମାଲାରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ଆଡହକ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ସୌଭାଗ୍ଯକୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
ପାନ ଦୋକାନରୁ ବିପୁଳ ମଦ ଜବତ ଅନୁଗୁଳ – ଅନୁଗୁଳ ସହର ମିଶ୍ରପଡାର ଏକ ପାନ ଦୋକାନରେ ପୁଲିସର ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହା ସହ ଦୋକାନୀ…
ମା’କୁ ହତ୍ଯା କରି ପୁଅ ଆତ୍ମହତ୍ଯା କରିଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରିସାହିରେ ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା…
ନିଜ ଦେହରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳାଙ୍କ ଆତ୍ମହତ୍ୟା ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଜମରଡିହ ଗାଁ ରେ ବୁଧବାର ନିଜ ଦେହ ରେ କିରୋସିନ ଢାଳି ଅନ୍ତଃସତ୍ଵା ମହିଳା ଆତ୍ମହତ୍ୟା କରିଥିବା…