ରାଜନୀତି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା Angul OnlineMarch 30, 2024March 30, 2024 ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧ ଟି ଲୋକସଭାରେ ଏଥର ପ୍ରାର୍ଥୀ ଦିଆଯାଇଛି । ଏହା ସହ ଓଡ଼ିଶାର ୧୬ ଟି ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ଢେଙ୍କାନାଳ ଲୋକସଭା ପାଇଁ ମାନସୀ ସ୍ଵାଇଁ ଏବଂ ସମ୍ବଲପୁର ଲୋକସଭା ପାଇଁ ନବିକଶୋର ପ୍ରଧାନ ପ୍ରାର୍ଥୀ ହେବେ । ସେହିଭଳି ଅନୁଗୁଳ ବିଧାନସଭା ପାଇଁ ମନ୍ଦୋଦରୀ ରାଉଳ, ଛେଣ୍ଡିପଦା ବିଧାନସଭା ପାଇଁ ଭରତ ନାଏକ ତାଳଚେର ବିଧାନସଭା ପାଇଁ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଆଠମଲ୍ଲିକ ବିଧାନସଭା ପାଇଁ ରମଣୀରଞ୍ଜ ପ୍ରଧାନ, ପାଲଲହଡା ବିଧାନସଭା ପାଇଁ ପରମାନନ୍ଦ ସାହୁ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବେ ବୋଲି ସୂଚନା ଦିଆ ଯାଇଛି । ଲୋକ ମାନଙ୍କ ସାଧାରଣ ମୌଳିକ ସମସ୍ୟା ଓ ଜିଲ୍ଲାରେ ଗଢି ଉଠିଥିବା ଖଣି ଖାଦାନ ପାଇଁ ସୃଷ୍ଟି ହେଉଥିବା ବିସ୍ଥାପନ ଓ କ୍ଷତିଗ୍ରସ୍ତ ସମସ୍ୟା , ଜାତୀୟ ରାଜପଥ ୫୫ ର ଦୁରାବସ୍ଥା ଭଳି ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବ ବୋଲି ଦଳ କହିଛି । Advertisement
ବାହାଘରରେ ମିଳିଲା କି ଟିକଟ ଉପହାର ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ ।…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୧୩ ଦାବି ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ…
ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ – କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ବେଳେ ସୂଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଅନୁଗୁଳ ଗସ୍ତରେ ଆସିଛନ୍ତି । ଅପରାହ୍ନରେ ସେ ଅନୁଗୁଳ ପହଞ୍ଚି…