ମୁଖ୍ୟ ଖବର ମୋଟରସାଇକେଲ ସାଇଲେସନ୍ସର ବଦଳାଇ ଗଣିଲେ ତଣ୍ଡ Angul OnlineOctober 9, 2024October 9, 2024 ପୂଜା ପୂର୍ବରୁ ଆକ୍ସନ ମୁଡରେ ଅନୁଗୁଳ ପୁଲିସ । ଜିଲ୍ଲାର ବିଭିନ୍ନ ସହରରେ ଫ୍ଲାଗ ମାର୍ଚ୍ଚ । ବେଆଇନ ବାଣ କାରଖାନା ଉପରେ ଚଢ଼ାଉ । ଅନୁଗୁଳ – କରିବା ସହ ବିଭିନ୍ନ ଆସନ୍ତା କାଲି ଠାରୁ ଅନୁଗୁଳରେ ଆରମ୍ଭ ହେଉଛି ଶାରଦୀୟ ଦୂର୍ଗା ପୂଜା । ଏହି ପୂଜା ପାଇଁ ଅନୁଗୁଳ ସହର ଚଳଚଞ୍ଚଳ ହୋଇ ଉଠିଛି । ଦୁର୍ଗାପୂଜା ପରେ ପରେ ମା ଧନଦାତ୍ରୀଙ୍କ ପୂଜା ପାଇଁ ଅନୁଗୁଳ ସହରରେ ବେଶ ଭିଡ ଜମିବ । ତେବେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ପୁରୁଣା ବସ ଷ୍ଟାଣ୍ଡ ଠାରୁ ଆରମ୍ବ ହୋଇ ରାଜା ଛକ, ମେଡିକାଲ ଛକ, ଡେଲି ମାର୍କେଟ, ବଜାର ଛକ, ପୁରୁଣା ଶାସନ ବଜାର, ବୁଢୀ ଠାକୁରାଣୀ ଛକ ହୋଇ ପୁଣି ଡେଲି ମାର୍କେଟ ଦେଇ ରାଜା ଛକ ଠାରେ ସମାପ୍ତ ହୋଇଥିଲା । ଏହି ଫ୍ଲାଗ ମାର୍ଚ୍ଚ ବେଳେ ଜନ ସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି ଫ୍ଲାଗ ମାର୍ଚ୍ଚ ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ରାଇଗୁର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସତ୍ୟଜିତ ମିଶ୍ର, SDPO ରମାକାନ୍ତ ମହାଳିକ, ଟାଉନ୍ ଥାନା ଅଧିକାରୀ ଧିରେସ କୁମାର ଦାସ ଏବଂ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ତେବେ କେବଳ ଫ୍ଲାଗମାର୍ଚ୍ଚରେ ସୀମିତ ନ ରହି ଏହି ପୂଜା ସମୟରେ ପୁଲିସ ବିଭିନ୍ନ ବେଆଇନ କାର୍ଯ୍ୟ ଉପରେ ଚଢ଼ାଉ କରିଛି । ଜରଡା ଓ କାଣ୍ଡସର ଅଂଚଳରେ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ାଉ କରି ବିପୁଳ ବାଣ ଜବତ କରାଯାଇଛି । ଏହା ସହ ବେଆଇନ ମଦ ବିକ୍ରି କରୁଥିବା କିଛି ଲୋକଙ୍କୁ ଗିରଫ କରିବା ସହ ବିପୁଳ ମଦ ଜବତ କରାଯାଇଛି । ଆଉ ସହରରେ ବିକଟାଳ ଶବ୍ଦ କରୁଥିବା ମୋଟରସାଇକେଲ ଚାଳକଙ୍କ ଉପରେ କଠୋର ହୋଇଛି ପୁଲିସ । ବୁଧବାର ସହରରେ ଜୋରସୋରରେ ଚେକିଂ କରି ବିକଟାଳ ଶବ୍ଦ କରୁଥିବା ୯ ଟି ମୋଟରସାଇକେଲ ଜବତ କରିଛି । ମୋଟରସାଇକେଲ ଗୁଡିକୁ ପୁଲିସ୍ ଥାନାକୁ ଉଠାଇ ଆଣିଥିବା ବେଳେ ସେମାନଙ୍କ ନିକଟରୁ ୩୪ହଜାର ଜୋରିମାନା ଆଦାୟ କରାଯାଇଛି । ଏହି ବାଇକ ମାଲିକମାନେ କମ୍ପାନି ଦେଇଥିବା ସାଇଲେନ୍ସର ପାଇପ୍ ବଦଳାଇ ଖୁବ ଜୋରରେ ଶବ୍ଦ କରୁଥିବା ସାଇଲେନ୍ସସର ପାଇପ୍ ଖଞ୍ଜିଥିଲେ। । ସେହିପରି ତାଳଚେର ସହରରେ ଆଜି ୧୭ ଟି ଗାଡିରୁ ସାଇଲେନସର ଖୋଲିବା ସହ ସେମାନଙ୍କ ଉପରେ ୧ ଲକ୍ଷ ୭୭ ହଜାର ଟଙ୍କା ଜୋରିମାନା କରାଯାଇଛି । Advertisement
ବିଶୃଙ୍ଖଳିତ ଆଚରଣ ଦର୍ଶାଇ ଓକିଲଙ୍କୁ ସଂଘରୁ ନିଲମ୍ବନ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ଓକିଲ ସଂଘରୁ ନିଲମ୍ବନ କରା ଯାଇଛି । ଓକିଲ ସଂଘ ବିରୋଧୀ ଓ ବିଶୃଙ୍ଖଳିତ କାର୍ଯ୍ୟ…
ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି , ୩୦ ଘଣ୍ଟା ପଡି ରହିଲା ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ରାମପୁର ଗ୍ରାମର ପଣ୍ଡେଇ ଭୋଇଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ପରଲୋକ ହୋଇ ଯାଇଥିଲା । ହେଲେ ସେ…
ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ…