ଆଞ୍ଚଳିକ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ ଅତିଥି ଭାଵରେ ଡ. ଧରଣୀଧର ନାଥ ଯୋଗଦେଇ ଉପସ୍ଥିତ ଜେଜେ ମା’ ଏବଂ ଜେଜେ ବାପାଙ୍କୁ ସମ୍ମାନିତ କରିଥିଲେ । ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରିଆନ ନିଖିଲ ରଞ୍ଜନ ମିଶ୍ର ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମିଶ୍ର ଯୋଗଦେଇ ଆଜିର ସମାଜରେ ଜେଜେ ଵାପା ଏବଂ ଜେଜେ ମା’ଙ୍କ ଆବଶ୍ୟକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଜେଜେ ଵାପା ଏବଂ ଜେଜେ ମା’ ନୂଆ ପିଢିର କଳିକା ମାନଙ୍କୁ ସଠିକ ମାର୍ଗରେ ଦିଗଦର୍ଶନ ଦେଵା ସହ ଵିଦ୍ୟାଳୟର ଏହି ସ୍ଵତନ୍ତ୍ର ପ୍ରୟାସ ପାଇଁ ଧନ୍ୟଵାଦ ଏବଂ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଵେହେରା , ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳିକା ଅନୁଭା ମିଶ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶଙ୍କ ତତ୍ଵାଵଧାନରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Advertisement
ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା…
ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ…
ନାବାଳିକାଙ୍କୁ ନ୍ୟାୟ ଦାବିରେ ଏସ୍.ପି. ଅଫିସ ଘେରିଲା ମହିଳା ବିଜେଡି ଅନୁଗୁଳ – ଅନୁଗୁଳ ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଜିଲ୍ଲା ପାଇଁ ଏକ ଲଜ୍ୟାଜନକ ଘଟଣା । ଗତ ଏକ ବର୍ଷ ମଧ୍ୟରେ…