ଆଞ୍ଚଳିକ ସାପ କାମୁଡାରେ ନାବାଳକ ମୃତ Angul OnlineOctober 13, 2022October 13, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ ଭୁତିଆଙ୍କ ୯ ବର୍ଷର ପୁଅ ପ୍ରିତେଶ ଭୁତିଆ । ସୂଚନା ଅନୁସାରେ ପ୍ରିତେଶ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ଏହା ଜାଣିବା ପରେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଗାଁରେ ଜଣା ପଡିବା ପରେ ଗ୍ନାରେ ଶୋକର ଛାୟା ଖେଳି ଯାଇଛି । Advertisement
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…
ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ବାଲିପଟା-ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକ ଯିବା ଆସିବା କରିବାରେ ନାହିଁ…