ଶ୍ରୀନାରାୟଣୀ TVSରେ ପୂଜା ଫେଷ୍ଟିଭାଲ୍ ବୋନାଞ୍ଜା ଅଫର୍‌ର ଶୁଭାରମ୍ଭ

ଅନୁଗୋଳ – ମାତ୍ର ୨,୯୦୦ ଟଙ୍କା ଡାଉନ୍ ପେମେଣ୍ଟରେ ଗାଡ଼ି କିଣିବା ସୁଯୋଗ; ପୁରୁଣା ଗାଡ଼ି ବଦଳାଇଲେ ୨,୦୦୦ ଟଙ୍କା ଏକ୍ସଚେଞ୍ଜ ବୋନସ୍।

ପବିତ୍ର ପୂଜା ଅବସରରେ ଗ୍ରାହକଙ୍କ ପାଇଁ ଏଭଳି ଆକର୍ଷଣୀୟ ଉପହାର ଓ ଅଫର୍‌ ନେଇ ଆସିଛି ଟିଭିଏସ୍‌ ମୋଟର କମ୍ପାନୀର ଅଧିକୃତ ବିକ୍ରେତା ଶ୍ରୀନାରାୟଣୀ TVS। ସୋମବାର, ୧୨ ଅକ୍ଟୋବର ୨୦୨୬ରେ ଶ୍ରୀନାରାୟଣୀ TVS ପକ୍ଷରୁ ‘ଫେଷ୍ଟିଭାଲ୍ ବୋନାଞ୍ଜା ପୂଜା ଅଫର୍‌’ର ଶୁଭାରମ୍ଭ କରାଯାଇଛି।

ଏହି ଅଫର୍‌ ଅନୁଯାୟୀ, ଗ୍ରାହକମାନେ TVSର ଯେକୌଣସି ଦୁଇଚକିଆ ଗାଡ଼ି କିଣିବା ସମୟରେ ଆକର୍ଷଣୀୟ ଉପହାର ପାଇବାର ସୁଯୋଗ ପାଇପାରିବେ। ଉପହାର ମଧ୍ୟରେ ଟ୍ରଲି ବ୍ୟାଗ୍‌, ସ୍ମାର୍ଟ ୱାଚ୍‌, ଇୟରବଡ୍ସ, ପ୍ରେସର କୁକର୍‌ ଆଦି ସାମଗ୍ରୀ ରହିଛି।

ଏଥିସହ ମାତ୍ର ୨,୯୦୦ ଟଙ୍କା ଡାଉନ୍ ପେମେଣ୍ଟରେ TVSର ଗାଡ଼ି ନେବାର ସୁଯୋଗ ମଧ୍ୟ ରହିଛି। ଗ୍ରାହକମାନେ ନିଜର ପୁରୁଣା ଗାଡ଼ି ବଦଳାଇ ନୂଆ TVS ଗାଡ଼ି କ୍ୟାସ୍‌ କିମ୍ବା ଫାଇନାନ୍ସ ମାଧ୍ୟମରେ କିଣିପାରିବେ। ପୁରୁଣା ଗାଡ଼ି ଏକ୍ସଚେଞ୍ଜ କଲେ ୨,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ଦିଆଯାଉଛି।

ଏହି ଅବସରରେ ଶ୍ରୀନାରାୟଣୀ TVSର ସ୍ୱତ୍ତ୍ୱାଧିକାରୀ ଅମ୍ବିକା ପ୍ରସାଦ ଭଟ୍ଟ ପାର୍ବଣ ଅବସରରେ ଗ୍ରାହକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଆକର୍ଷଣୀୟ ଅଫର୍‌ର ଭରପୂର ଲାଭ ଉଠାଇବାକୁ ଅନୁରୋଧ କରିଥିଲେ।

ବର୍ତ୍ତମାନ ଶୋ’ରୁମ୍‌ରେ TVSର ବିଭିନ୍ନ ମଡେଲ୍‌ ଓ ରଙ୍ଗର ଗାଡ଼ି ଉପଲବ୍ଧ ଥିବା ସେ କହିଛନ୍ତି। ପୂଜା ପୂର୍ବରୁ ଗାଡ଼ି ବୁକିଂ କଲେ ଗ୍ରାହକମାନେ ପାର୍ବଣ ସମୟରେ ନିଜ ପସନ୍ଦର ଗାଡ଼ି ଠିକ୍‌ ସମୟରେ ପାଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page