ହାତୀ ନେଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସକାଳୁ ଆମ୍ବ ଗୋଟାଇବାକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିବା ଫଳରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ ସେକସନ ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ହାତୀ ଆକ୍ରମଣରେ ଚନ୍ଦନପୁର ଗ୍ରାମର ଭୋଳେଶ୍ୱର ପ୍ରଧାନ (୬୫) ଏକ ଆମ୍ବ ବଗିଚା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ ।ସେହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ଆମ୍ବ ବଗିଚା ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବ ବଗିଚା ନିକଟରେ ଥିବା ଅନ୍ୟ ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ଘଟଣା ବିଷୟରେ ଜାଣି ପରିବାର ଲୋକ ଏବଂ ଗ୍ରାମବାସୀ ଙ୍କୁ ଖବର୍ ଦେଇଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ମାନେ ଭୋଳେଶ୍ୱରଙ୍କୁ ମୃତ ଅବସ୍ଥାରେ ଦେଖି କରତପଟା ଏବଂ ପୁରୁଣାଗଡ ରାସ୍ତାକୁ ଅବରୋଧ କରି ବସିଥିଲେ। ଖବର ପାଇ ବନ ବିଭାଗ ଏବଂ ପୁଲିସ ପହଁଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକରୁ ଲୋକ ଓହରିଥିଲେ । ଅନ୍ୟପଟେ ମଧୁପୁର ଗାଁର ଧୁଳିଆ ଦେହୁରୀ ନାମକ ଜଣେ ଵୃଦ୍ଧ ମଧ୍ୟ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଗତ ଏକ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ଅନୁଗୁଳ ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହେଲାଣି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page