ଅନଶନ କଲେ ମହିଳା ହାବିଲଦାର ସୁମିତ୍ରା – କାର୍ଯ୍ୟାନୁଷ୍ଠାନ ପରେ ବଦଳି ହେଲେ ଆର.ଆଇ. ଗୋବିନ୍ଦ

ଅନୁଗୁଳ – ଏସ ପି ଅଫିସ ସମ୍ମୁଖରେ ମହିଳା ହାବିଲଦାରଙ୍କ ଅନଶନ । ଆମରଣ ଅନଶନରେ ବସିଲେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ । ପୂର୍ବରୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆ ଯାଉଥିବା ଅଭିଯୋଗ ଆଣିଥିଲେ ସୁମିତ୍ରା । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଓ ହାବିଲଦାର ଶୁଭକାନ୍ତ ସାହୁ ବିରୁଦ୍ଧରେ ଅଭିଯୋଗ ଆଣି ଏସ ପି ଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ନ୍ୟାୟ ନ ମିଳିବାରୁ ଆଜି ଆମରଣ ଅନଶନ କରିଥିଲେ ।


ସୂଚନା ଅନୁସାରେ ଗତ କିଛିଦିନ ତଳେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ଡିପାର୍ଟମେଣ୍ଟ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ଦୀର୍ଘ ଦିନ ହେବ ମହିଳା ହାବିଲଦାର ଦିଆଯାଉଛି ମାନସିକ ନିର୍ଯାତନା।ବ୍ୟକ୍ତିଗତ ଭାବରେ ମାନସିକ ଚାପ ଦେବା ସହ ପରିବାରିକକୁ ନେଇ ଆକ୍ଷେପ କରୁଛନ୍ତି ପୁଲିସ ଅଧିକାରୀ। ପୁରୁଷ ପୁଲିସ କର୍ମଚାରୀ ସହ କାର୍ଯ୍ୟରତ ଥିବା ବେଳେ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି ମହିଳା ପୁଲିସ। ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନମିଳିବାରୁ ଅନୁଗୋଳ ଏସ.ପି. ଙ୍କ ନିକଟରେ ଚାକିରିରୁ ଇସ୍ତଫା ଦେବା ପରେ ଅନୁଗୁଳ ପୁଲିସର ପୋଲ ଖୋଲିଥିଲେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ । ଏ ନେଇ ଅନୁଗୋଳ sp ଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରି ଏସ.ପି.ଙ୍କ ନିକଟରେ ଦେଇଥିବା ଦାବି ପତ୍ରରେ , ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ ଏବଂ ଫୋର୍ସ ସେକ୍ସନ ଅଫିସ ସଂଲଗ୍ନ ହାବିଲଦାର ଶୁଭକାନ୍ତ ସାହୁଙ୍କ ଦ୍ୱାରା ନିରନ୍ତର ହଇରାଣ ଏବଂ ମାନସିକ ଯନ୍ତ୍ରଣା ଭୋଗୁଥିବା ଉଲ୍ଲେଖ କରିଥିଲେ । ଏବେ ପରିସ୍ଥିତି ଅସହ୍ୟ ହୋଇପଡ଼ିଛି ଏବଂ  ମାନସିକ ସୁସ୍ଥତା ଏବଂ ବୃତ୍ତିଗତ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରି ତୁରନ୍ତ ଚାକିରିରୁ ଇସ୍ତଫାପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଏହି ଘଟଣା ପରେ ଅନୁଗୁଳ ଏସ ପି ରାହୁଲ ଜୈନ ଘଟଣାର ତଦନ୍ତ କରାଇବା ସହ ସୁମିତ୍ରଙ୍କୁ ବୁଝାସୁଝା କରି ଟ୍ରାଫିକ ନିୟନ୍ତ୍ରଣକୁ ବଦଳି କରିଥିଲେ । ଆଉ ଏସ ପି ଙ୍କ ଉପରେ ଭରସା ରଖି ସୁମିତ୍ରା ମଧ୍ୟ କାର୍ଯ୍ୟରେ ଯୋଗ ଦେଇଥିଲେ । ହେଲେ ଆଜି ଯାଏ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ସୁମିତ୍ରା ଆମରଣ ଅନଶନରେ ବସିଥିଲେ ।

ସୁମିତ୍ରା ଅନଶନ ଦେଇଥିବା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇ ଜି ସତ୍ୟବ୍ରତ ଭୋଇ ଏସ ପି ଅଫିସରେ ପହଞ୍ଚିଥିଲେ । ସେଠାରେ ସେ ସୁମିତ୍ରାଙ୍କୁ ବୁଝା ସୁଝା କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ପ୍ରତିକ୍ରିୟାରେ ସେ କଗିଥିଲେ ଯେ ସୁମିତ୍ରାଙ୍କ ଅଭିଯୋଗକୁ ନେଇ ଏସ ପି ତଦନ୍ତ କରିଛନ୍ତି । ସେଇ ଆଧାରରେ ଆର ଆଇ ଗୋବିନ୍ଦ ମାହାରୀଙ୍କ ବଦଳି କରାଯାଇଛି । ମାହାରୀଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି କରାଯାଇଛି । ଏହାପରେ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ବାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ସୁମିତ୍ରାଙ୍କୁ କାଉନସିଲିଂ କରାଯାଉଛି । ତାଙ୍କର ଅନ୍ୟ ଯାହା ଅଭିଯୋଗ ଅଛି ତା ବିରୁଦ୍ଧରେ ମଧ୍ୟ ତଦନ୍ତ କରାଯିବ ବୋଲି ଆଇଜି ଭୋଇ କହିଛନ୍ତି । ଆଇ ଜି ଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସୁମିତ୍ରା ଅନଶନରୁ ଓହରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page