ଗଛକୁ ଧକ୍କା ଦେଲା ମୋଟରସାଇକେଲ-ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଶିବ ମନ୍ଦିର ସମ୍ମୁଖରେ ଏକ ଗଛରେ ଏକ ମୋଟରସାଇକେଲ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ମୃତକ ଜଣଙ୍କ ହେଲେ ଶିକ୍ଷକପଡା ଅଞ୍ଚଳର କାଳିଆ ନାଏକଙ୍କ ପୁଅ ସୁଜନ ନାଏକ ଏବଂ ଗୁରୁତର ଜଣଙ୍କ ହେଲେ ରାଣୀଗୋଡା ଗ୍ରାମର ସରୋଜ ସେଠିଙ୍କ ପୁଅ କପିଳେନ୍ଦ୍ର ସେଠି ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ଏକ ମୋଟରସାଇକେଲ (OR 19 C 0918) ଯୋଗେ ସୁଜନ ଏବଂ କପିଳେନ୍ଦ୍ର ରାଣୀଗୋଡା ଗ୍ରାମ ଶିବ ମନ୍ଦିର ଦେଇ ଶିମିଳିପଡ଼ା ଆଡକୁ ଯାଉଥିବା ବେଳେ ଭାରସ୍ୟାମ ହରାଇ ଏକ ଗଛ ସହ ଧକ୍କା ଦେଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ସୁଜନଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟବାସୀ କପିଳେନ୍ଦ୍ରଙ୍କୁ ଉଦ୍ଧାର କରି ଏକ ସ୍କୁଟି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଟାଉନ ପୁଲିସ ଦୁର୍ଘଟଣା ବିଷୟରେ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ବ କରିଛି। ଏପଟେ କପିଳେନ୍ଦ୍ର ଙ୍କର ବାମ ଗୋଡ଼, ହାତ ଏବଂ ମୁଣ୍ଡ ରେ ଗଭୀର ଆଘାତ ଲାଗିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page