ମୁଖ୍ୟ ଖବର ଟ୍ରକ ପଛରେ ପିଟିଲା କାର – ୫ ମୃତ Angul OnlineMarch 1, 2022March 1, 2022 ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଜାତୀୟ ରାଜପଥ ୧୪୯ର କଣ୍ଟିଆପଶି ଛକ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଇଞ୍ଜିଡି ଗାଁର କିଛି ବ୍ୟକ୍ତି ନିର୍ବାଚନ ଗଣନା ସାରିବା ପରେ ଢାବାରେ ଖିଆପିଆ କରି ଘରକୁ ଫେରୁଥିଲେ । ତେବେ କଣ୍ଟିଆପଶି ଠାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ସେମାନଙ୍କ ହ୍ୟୁଣ୍ଡାଇ କାରଟି ଧକ୍କା ହୋଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ଇଂଜିଡି ଗ୍ରାମର ଦିଲୀପ କୁମାର ସାହୁ , ବାପୁନ କୁମାର ସାହୁ , ରାନୁ ପ୍ରଧାନ , ଗୌର ଚନ୍ଦ୍ର ସାହୁ ଓ ପିନୁ ସାହୁ । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ କରୁଛି । Advertisement
କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଏକଘରିଆ ନିକଟରେ ଥିବା ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା…
ବସରେ ଘରକୁ ଯାଉଥିବା ବେଳେ ଉଡିଗଲା ପ୍ରାଣବାୟୁ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଦେଇ ଯାଉଥିବା ଏକ ଯାତ୍ରୀ ବାହୀ ବସରେ ଯାଉଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଡାକ୍ତରଖାନା ପରିସରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ ଭୟାବହ ଅଗ୍ନିକାଣ୍ଡ । ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ନିଆଁ ଲାଗିଛି । ଯାହା ଫଳରେ ଲକ୍ଷାଧିକ…