ଆଞ୍ଚଳିକ ସମର୍ପଣ ଏକାଡ଼େମୀର ଶତ ପ୍ରତିଶତ ରେଜଲ୍ଟ Angul OnlineMay 14, 2024May 14, 2024 ଅନୁଗୁଳ – ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ଶତ ପ୍ରତିଶତ ଫଳ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅନୁଷ୍ଠାନର ସମସ୍ତ ୫୫ ଜଣ ଛାତ୍ରଛାତ୍ରୀ ଭଲ ମାର୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି । ଓମ୍ ପ୍ରକାଶ ପ୍ରଧାନ ସର୍ବାଧିକ ୯୭.୨ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ପ୍ରଭୁଦତ୍ତ ପ୍ରଧାନ ୯୪.୪ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ଶୁଭ୍ରାଂଶୁ ଶେଖର ସାହୁ ୯୨.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ସମସ୍ତ ୭୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୨୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ପିତା ପାଲ୍ ସର୍ବାଧିକ ୯୭.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଆର୍ୟ ଆଶୁତୋଷ ପରିଡା ୯୬.୪ ପ୍ରତିଶତ ରଖି ଦ୍ଵିତୀୟ ଓ ଇଶିକା ପ୍ରିୟଦର୍ଶିନୀ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ୯୫.୮ ପ୍ରତିଶତ ନମ୍ବର ଲେଖାଏଁ ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ ରାଉତ, ଶିକ୍ଷକ ଭବାନୀ ଶଙ୍କର ସାହୁ, ନିତିଶ୍ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ସ୍ଵାଗତିକା ନାଥଙ୍କ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । Advertisement
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…
ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ ଛେଣ୍ଡିପଦା – ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ…
ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…