ଅପରାଧ ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ Angul OnlineJuly 18, 2024July 18, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି। ଅନଗୁଳ ଜିଲାକୁ ବଦଳି ହୋଇ ଆସିଥିବା ବୌଦ୍ଧ ଜିଲାର ଜଣେ ପୁଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡିଛି । ସୁଚନା ଅନୁସାରେ, ଅଭିଯୁକ୍ତ ପୁଲିସ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର । ଏଏସ୍ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ଟ୍ରାଫିକ ଏଏସ୍ଆଇ ଭାବେ ଅନଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି । ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୁଲିସ ଦ୍ବାରା ଗଞ୍ଜେଇ ଓ କାର ଚାଳକ ସହ ଧରା ପଡ଼ିଥିଲେ । କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି । ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ଏଏସ୍ଆଇ ଶ୍ରୀ ମେହେର ଓ ଚାଳକ ଶ୍ରୀ ଭୋକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ମେହେର ବୌଦ୍ଧ ଜିଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥୂବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ ଥର ମାମଲା ହୋଇଥିଲା । Advertisement
ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ଅଧ୍ୟକ୍ଷ ଗିରଫ ଛେଣ୍ଡିପଦା – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ଜଣା ପଡିଛି । ଶୁକ୍ରବାର ଦିନ…
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…
ଗୁଳିମାଡ଼ରେ ନାବାଳକ ଗୁରୁତର ଘଟଣାରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…