ଅପରାଧ ଗଞ୍ଜେଇ ଚାଲାଣ କରି ପୁଲିସ ଗିରଫ Angul OnlineJuly 18, 2024July 18, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ନିୟମିତ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏହି ବେଆଇନ କାରବାରରେ ବିଭିନ୍ନ ସମଯରେ ପୁଲିସ ଅଧୂକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି। ଅନଗୁଳ ଜିଲାକୁ ବଦଳି ହୋଇ ଆସିଥିବା ବୌଦ୍ଧ ଜିଲାର ଜଣେ ପୁଲିସ ଅଧିକାରୀ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଛତିଶଗଡ଼ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡିଛି । ସୁଚନା ଅନୁସାରେ, ଅଭିଯୁକ୍ତ ପୁଲିସ ହେଉଛନ୍ତି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକର ଗଗନ ମେହେର । ଏଏସ୍ଆଇ ଭାବେ ପଦୋନ୍ନତି ପାଇ ତାଲିମ ନେବା ଟ୍ରାଫିକ ଏଏସ୍ଆଇ ଭାବେ ଅନଗୁଳ ଜିଲ୍ଲାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି । ସେ ଏକ କାରରେ ୭୦କେଜି ଗଞ୍ଜେଇ ସହ ଛତିଶଗଡ଼ ରାଜ୍ୟକୁ ଯାଉଥିବା ସମୟରେ ଛତିଶଗଡ଼ ପୁଲିସ ଦ୍ବାରା ଗଞ୍ଜେଇ ଓ କାର ଚାଳକ ସହ ଧରା ପଡ଼ିଥିଲେ । କାର ଚାଳକ ହରଭଙ୍ଗା ବ୍ଲକ ସାଲକଟା ଗ୍ରାମର ରବୀନ୍ଦ୍ର ଭୋକ୍ତା ବୋଲି ଜଣାପଡ଼ିଛି । ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ଏଏସ୍ଆଇ ଶ୍ରୀ ମେହେର ଓ ଚାଳକ ଶ୍ରୀ ଭୋକ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶ୍ରୀ ମେହେର ବୌଦ୍ଧ ଜିଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥୂବା ସମୟରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କ ବିରୋଧରେ ୨ ଥର ମାମଲା ହୋଇଥିଲା । Advertisement
ଚୋରି କରିନେଲେ ବଲେରୋ – ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିବା ବେଳେ ଉଦ୍ଧାର କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହିଠାରୁ ୩ ତାରିଖ ରାତିରେ ଚୋରି ହୋଇଥିବା ଏକ ବଲେରୋ ଗାଡିକୁ ଠାବ କରିଛି…
୧୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଜଣେ ବେପାରୀକୁ…
ପୁର୍ବ ଶତୃତାରୁ ଗୁଳି ମାଡ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ…