ମୁଖ୍ୟ ଖବର ୫୫ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ Angul OnlineAugust 6, 2024August 6, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ କରଡାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ଆଜି ସକାଳ ୬ଟା ବେଳକୁ ସାଇକେଲ ଧରି ଠାକୁର ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିଲେ । ତେବେ ୫୫ ନମ୍ବର କରଡାଗାଡ଼ିଆ ଛକ ଠାରେ ତାଙ୍କୁ କୌଣସି ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଡି ଟି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲା । ଅନ୍ୟପଟେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ କରିବା ଫଳରେ ରାଜପଥରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି। Advertisement
ଇନିସ୍ପେକ୍ଟର ସ୍ତରରେ ଅଦଳ ବଦଳ ଅନୁଗୋଳ – ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରୁ ଶନିବାର ପୁଲିସ ଇନିସ୍ପେକ୍ଟର ସ୍ତରରେ ଏକ ଅଦଳ ବଦଳ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକା ଅନୁସାରେ…
ତାଳଚେର-ବିମଳାଗଡ଼ ରେଳପଥ ଓ ଜାତୀୟ ରାଜପଥ ୫୫ କାମ ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶ ଅନୁଗୁଳ – ଭୁବନେଶ୍ବର ରାଜ୍ୟ ଅତିଥି ଭବନଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଠିକଣା ସମୟରେ…
ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ…