ସମସ୍ୟା ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ Angul OnlineAugust 7, 2024August 7, 2024 ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଳୁ ଦର ନିୟନ୍ତ୍ରଣ ପାଇଁ ଦାବି କରିଛି । ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଦରର ବୃଦ୍ଧି ଉପରେ ନିୟନ୍ତ୍ରଣ ଦାବି କରି କଂଗ୍ରେସ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଛି । ବଜାରରେ ପନିପରିବା ଉପରେ ଯେଉଁଭଳି ଦର ବୃଦ୍ଧି ହେଉଛି ଏହା ଉପରେ ପ୍ରଶାସନ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିବାଦ ବେଳେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ , ଛାତ୍ର କଂଗ୍ରେସ ସଭପତି ପ୍ରଦ୍ୟୁମ୍ନ ସାହୁ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Advertisement
ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ସାନ୍ତରାପୁର ନୂଆସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜି ରାସ୍ତା ଅବରୋଧ…
ରାଜପଥ ତାତି – ୬ ଘଣ୍ଟିଆ ରାଜପଥ ଅବରୋଧ ଅନୁଗୁଳ – ଅନଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲାରେ ରବିବାର ଅନୁଗୁଳ ରାଜପଥ ଅବରୋଧ କରାଯାଇଛି…
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…