ମୁଖ୍ୟ ଖବର ଜଳିଗଲା ୨ ଟ୍ରକ ସହ ମଦ – ମଦ ଡିପୋରେ ଅଗ୍ନିକାଣ୍ଡ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗାଁ ସ୍ଥିତ ରାଜ୍ୟ ସରକାରଙ୍କର ପାନୀୟ ନିଗମ ଗୋଦାମ ପରିସରରେ ୨ଟି ମଦ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ସୂଚନା ଅନୁସାରେ , ଖୋର୍ଦ୍ଧା ମଦ ଡିପୋରୁ ଆଜି ୨ ଟ୍ରକରେ ବିୟର ବୋଝେଇ ହୋଇ ଦୁର୍ଗାପୁର ଠାରେ ଥିବା ଗୋଦାମକୁ ଆସିଥିଲା । ରବିବାର ଛୁଟି ଦିନ ଥିବାରୁ ଟ୍ରକ ଦୁଇଟି ଖାଲି ହୋଇପାରିନଥିଲା । ଗୋଦାମ ପରିସରରେ ଟ୍ରକ ଦୁଇଟି ଛିଡା ହୋଇଥିଲା ବେଳେ ୨ ଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା । ଏହା ଦେଖି ସେଠାରେ ଥିବା ସିକୁରିଟି ଗାର୍ଡ ମାନେ ସ୍ଥାନୀୟ ପୂଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗଁ ହୋଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରିଥିବା ବେଳେ ଲାକ୍ଷାଧିକ ଟଙ୍କାର ମଦ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଅବକାରୀ ବିଭାଗ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
ବବିତା ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ…
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…