ମୁଖ୍ୟ ଖବର ଜଳିଗଲା ୨ ଟ୍ରକ ସହ ମଦ – ମଦ ଡିପୋରେ ଅଗ୍ନିକାଣ୍ଡ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗାଁ ସ୍ଥିତ ରାଜ୍ୟ ସରକାରଙ୍କର ପାନୀୟ ନିଗମ ଗୋଦାମ ପରିସରରେ ୨ଟି ମଦ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ସୂଚନା ଅନୁସାରେ , ଖୋର୍ଦ୍ଧା ମଦ ଡିପୋରୁ ଆଜି ୨ ଟ୍ରକରେ ବିୟର ବୋଝେଇ ହୋଇ ଦୁର୍ଗାପୁର ଠାରେ ଥିବା ଗୋଦାମକୁ ଆସିଥିଲା । ରବିବାର ଛୁଟି ଦିନ ଥିବାରୁ ଟ୍ରକ ଦୁଇଟି ଖାଲି ହୋଇପାରିନଥିଲା । ଗୋଦାମ ପରିସରରେ ଟ୍ରକ ଦୁଇଟି ଛିଡା ହୋଇଥିଲା ବେଳେ ୨ ଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା । ଏହା ଦେଖି ସେଠାରେ ଥିବା ସିକୁରିଟି ଗାର୍ଡ ମାନେ ସ୍ଥାନୀୟ ପୂଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗଁ ହୋଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରିଥିବା ବେଳେ ଲାକ୍ଷାଧିକ ଟଙ୍କାର ମଦ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଅବକାରୀ ବିଭାଗ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
ମାଟିତଳୁ ମିଳିଲା ହାତୀ କଙ୍କାଳ – ବନ ବିଭାଗ କର୍ମଚାରୀ ମୁଖ୍ୟ କାର୍ପଟ୍ଦାର ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହାତୀ ଦାନ୍ତକୁ ନେଇ ଯାଇ ମାଟିତଳେ ଦନ୍ତା ହାତୀକୁ ପୋତି ଦେଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି…
ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…