ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର Angul OnlineAugust 24, 2024August 24, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ଅପରାହ୍ନ ୩ଟା ବେଳେ ଛେଣ୍ଡିପଦା ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ସମୟରେ ଶିମିଳିପାଳ ପଞ୍ଚାୟତ ଖଜୁରିଆ ମୁଣ୍ଡା ଗ୍ରାମର ପ୍ରହ୍ଲାଦ ମାଝୀ ବର୍ଷା ଯୋଗୁଁ ଏକ ଦୋକାନ ସମୁଖରେ ଛିଡା ହୋଇଥିବା ବେଳେ ବଜ୍ରପାତରେ ତଳି ପଡ଼ିଥିଲେ । ଏହା ଦେଖି ସେଠାରେ ଥିବା ଲୋକମାନେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନୂଆପଡା ଗାଁର ଟୁକୁ ପରିଡା ଗାଈ ଚରାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ବାଗଡିଆ ଗାଁର ମିନତୀ ବାରିକ ଭାତ ଖାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । Advertisement
ବିନ୍ଦଲ କାରଖାନାରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନର୍ଗତ ବିନ୍ଦଲ ସ୍ପଞ୍ଜ ଆଇରନ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣା ପଡିଛି…
କେନାଲରେ ଭାସିଗଲେ ବୋଲବମ ଭକ୍ତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ…
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…