ଅପରାଧ ପ୍ରେମ ପରେ ଦୁଷ୍କର୍ମ , ପ୍ରତାରଣା – ଯୁବକ ଗିରଫ Angul OnlineSeptember 7, 2024September 7, 2024 ଅନଗୁଳ – ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ ସାହୁ । ତାଙ୍କ ଘର ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗ୍ରାମରେ । ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀ ଅନୁଗୁଳ ସହରର ଏକ ସୋରୁମ୍ରେ କାମ କରୁଥିଲେ । ସେଠାରେ ଅଭିଯୁକ୍ତ ଦୀପକର ତାଙ୍କ ସହିତ ପରିଚୟ ହୋଇଥିଲା । ପରେ ଉଭୟଙ୍କ ସମ୍ପର୍କ ନିବିଡ଼ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରେ ବିବାହ କରିବାକୁ ଦୀପକ ଧରାଛୁଆଁ ଦେଇନଥିଲେ । ଫଳରେ ଯୁବତୀ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଆପୋଷ ବୁଝାମଣା ଦ୍ୱାରା ଦୀପକ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ଫଳରେ ଯୁବତୀ ଦୁଷ୍କର୍ମ ନେଇ ଏତଲା ଦେଇନଥିଲେ । ଦୀପକ ଅନୁଗୁଳ ସହରର ବୁଢ଼ୀ ଠାକୁରାଣୀ ମନ୍ଦିରରେ ବରଣମାଳା ଦେଇ ବିବାହ କରିଥିଲେ । ଯୁବତୀଙ୍କୁ ନେଇ ଦୀପକ ଏକ ହୋଟେଲ୍ରେ ପ୍ରାୟ ୧୫ ଦିନ ରହିଥିଲା । ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ପରେ ସେଠାରୁ ଫେରାର୍ ହୋଇଯାଇଥିଲେ । ଯୁବତୀଙ୍କୁ ଆଉ ଧରାଛୁଆଁ ଦେଇ ନଥିଲେ । ଫଳରେ ଯୁବତୀ ପୁନର୍ବାର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ଆଜି ଅଭିଯୁକ୍ତ ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । Advertisement
ଗୁଳିମାଡ଼ରେ ନାବାଳକ ଗୁରୁତର ଘଟଣାରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
୬ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଛଡାଉ କରି ୬୦ ଗ୍ରାମ…