ମୁଖ୍ୟ ଖବର ୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ Angul OnlineSeptember 17, 2024September 17, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେର ଟିଏସଏସ ଗ୍ରୁପ । ଆଜି ତାଳଚେର ଗଣପର୍ବ ଗଣେଶ ପୂଜାର ଶେଷ ଦିନରେ ଏହି ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏକ ଟ୍ରକରେ ଏହି ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପରେ ପ୍ରଶାସନ , ତାଳଚେର ବିଧାୟକ ଓ କେନ୍ଦ୍ରୀୟ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ଶେଷରେ ତାଳଚେରର ଟିଏସଏସ ଗ୍ରୁପ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା । ୩ ଲକ୍ଷ ୫୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ଟିଏସଏସ ଗ୍ରୁପ ଏହି ନିଲାମ ଧରିଛି । ନିଲାମ ଡାକରାରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ । ଆସନ୍ତାକାଲି ଅନୁଷ୍ଠିତ ହେବ ତାଳଚେର ଗଣେଶ ପୂଜାର ଭସାଣି ଉତ୍ସବ । ତେବେ ଗତ ବର୍ଷ ଏହି ଲଡୁ ୩୧ କୁଇଣ୍ଟାଲର ହୋଇଥିବା ବେଳେ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ନିଲାମ ନେଇଥିଲା ଲାଲ ବାଗ ରାଜା ଅନୁଷ୍ଠାନ । ହେଲେ ଚଳିତ ବର୍ଷ ରେକର୍ଡ ଓଜନର ଲଡୁ ନିର୍ମାଣ ହୋଇଥିଲେ ମଧ୍ୟ ଗତବର୍ଷ ତୁଳନାରେ କମ ଟଙ୍କାରେ ନିଲାମ ହୋଇଛି । Advertisement
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…
ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଅନୁଗୁଳ – ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଠାରୁ ସତ୍ୟାଗ୍ରହରେ ବସିବେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କୃଷ୍ଣା ମହାନ୍ତି । ପୌର ପ୍ରଶାସନର ମନମୁଖୀ…
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…