ଅପରାଧ ନବବଧୂଙ୍କୁ ହତ୍ୟା ଅଭିଯୋଗ Angul OnlineOctober 20, 2024October 20, 2024 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମରେ ଜଣେ ନବବଧୂଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ନବବଧୂଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ , ବନ୍ତଳା ଥାନା ତଳଗଡ ପଞ୍ଚାୟତ କନ୍ତମେଘ ଗ୍ରାମର ଲୋକନାଥ ସାହୁ ଙ୍କ ଝିଅ ଲିପିକା ସାହୁ (୨୦) ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ଗୌରାଙ୍ଗ ପ୍ରଧାନଙ୍କ ପୁଅ ସୁନୀଲ ପ୍ରଧାନଙ୍କୁ ଗତ ତିନି ମାସ ତଳେ ବୈଦିକ ରୀତିରେ ବିବାହ କରାଇଥିଲେ । ଆଜି ସକାଳ ସମୟରେ ଲିପିକା ଫ୍ୟାନରେ ଝୁଲି ଥିବା ଦେଖି ଲିପିକାଙ୍କ ଶ୍ୱଶୁର ଘର ଲୋକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଲିପିକାଙ୍କ ବାପ ଘରକୁ ଖବର ଦେଇଥିଲେ । ଲିପିକାଙ୍କ ବାପ ଘର ଲୋକ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିଲେ ଯେ, ଲିପିକା ର ମୃତ୍ୟୁ ହୋଇ ସାରିଛି। ଏହା ଦେଖି ଲିପିକାଙ୍କ ବାପ ଘର ଲୋକ ଆମ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ଲିପିକାଙ୍କ ଭାଇ ପ୍ରଭାତ କୁମାର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ଲିପିକାଙ୍କୁ ହତ୍ୟା କରାଯାଇଛି ନା ଲିପିକା ଆତ୍ମହତ୍ୟା କରିଛିନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।…
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା…