ଅପରାଧ ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ Angul OnlineNovember 11, 2024November 11, 2024 ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା ଅଧୀନ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଜଣେ ଦହିବରା ବେପାରୀ ଦାଦାବଟି ନଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ ଆଜକୁ ଚାରିବର୍ଷ ହେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଦହିବରା ବେପାର କରନ୍ତି। ଆଜି ଦିନ ବାରଟା ବେଳେ ପ୍ରଗତିନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଯାହା ଫଳରେ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ଉତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏପରିକି ତ୍ରିନାଥଙ୍କ ଦୋକାନ ସମୀର ଭାଙ୍ଗି ଦେଇଥିଲା । ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ପଟେ ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିବା ବେଳେ ତ୍ରିନାଥଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। Advertisement
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।…
ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ…
ଯୁବକଙ୍କ ମୃତଦେହ ଉଦ୍ଧାର – ପଥର ଛେଚି ହତ୍ଯା ନା ଦୁର୍ଘଟଣା !! ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଜରଡ଼ା ଗାଁ ରାସ୍ତାର ଏକ ପରିତ୍ୟକ୍ତ ସ୍ଥାନରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।…