ଅପରାଧ ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ Angul OnlineNovember 13, 2024November 13, 2024 ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ , ଆଜି (ବୁଧବାର) ସକାଳ ୮ ଘଟିକା ବେଳେ ବୌଦ୍ଧ ଅଞ୍ଚଳରୁ ଏକ ଦାମୀ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ଖବର ମିଳିବା ପରେ ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଅନୁଗୁଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ ବଡକେରା ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଜାଞ୍ଚ ବେଳେ କାରରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଗଞ୍ଜେଇ ର ଆନୁମାନିକ ମୁଖ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ । ଏ ଘଟଣାରେ ସଦର ରେଞ୍ଜ୍ ଏକ ମାମଲା ରୁଜୁ କରି କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି । Advertisement
ଟିକନ ହତ୍ୟା ଅପରାଧୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ବେନ୍ତପୁର ଗାଁରେ ଗତ ୧୧ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟା ମାମଲାରେ ପୁଲିସ ଜଣଙ୍କୁ ଗିରଫ କରିଛି…
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…