ଅପରାଧ ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ Angul OnlineNovember 13, 2024November 13, 2024 ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ , ଆଜି (ବୁଧବାର) ସକାଳ ୮ ଘଟିକା ବେଳେ ବୌଦ୍ଧ ଅଞ୍ଚଳରୁ ଏକ ଦାମୀ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ଖବର ମିଳିବା ପରେ ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଅନୁଗୁଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ ବଡକେରା ଛକ ନିକଟରେ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଜାଞ୍ଚ ବେଳେ କାରରୁ ୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଗଞ୍ଜେଇ ର ଆନୁମାନିକ ମୁଖ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ । ଏ ଘଟଣାରେ ସଦର ରେଞ୍ଜ୍ ଏକ ମାମଲା ରୁଜୁ କରି କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି । Advertisement
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର…
ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ…