ଅପରାଧ ମା’କୁ ପିଟିପିଟି ହତ୍ୟା କଲା ସଇତାନ ପୁଅ Angul OnlineNovember 24, 2024November 24, 2024 ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା । ଏ ଖବର୍ ଗାଁ ଲୋକ ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା ବୋଲି ପଡୋଶୀ ମାନେ ସୂଚନା ଦେଇଛନ୍ତି । Advertisement
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…
ଚୋରୀ ପିକଅପ ଭ୍ୟାନ ଜବତ – ତିନି ଗିରଫ ଅନୁଗୁଳ – ପିକ୍ଅପ୍ ଭ୍ୟାନ୍ ଚୋରି କରି ତିନି ଗିରଫ । ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬…
ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ – ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଟକ ଅନୁଗୋଳ – ଧାନ ତଳି ଗାଈ ଖାଇ ଦେବାକୁ ନେଇ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନାରାୟଣଚନ୍ଦ୍ରପୁର ଗାଁରେ ଘଟିଛି…