ଅପରାଧ ମ୍ୟାନେଜର କରିଥିଲେ ନକଲି ବନ୍ଧୁକ ଦେଖାଇ ଲୁଟ – ମ୍ୟାନେଜର ସମେତ ୫ ଜଣ ଗିରଫ Angul OnlineDecember 12, 2024December 12, 2024 ଅନୁଗୁଳ – ଗତ ଅକ୍ଟୋବର ମାସ ୧୫ ତାରିଖରେ ନାଲକୋନଗର ଥାନା କୁଲାଡ଼ ଅଂଚଳରେ ଥିବା ଫ୍ଲିପ କାର୍ଟର ହବରେ କିଛି ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ ଟଙ୍କା ଓ ହବ ରେ ଥିବା କିଛି ମୋବାଇଲ ଲୁଟ କରିଥିଲେ । ଏହି ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରିଛି । ନିଜେ ମ୍ୟାନେଜର ଏହି ଡକାୟତିର ମୁଖ୍ୟ ଅଭିଯୁକ୍ତ ବୋଲି ଜଣା ପଡ଼ିଛି । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଗୁଳ ଏସ ପି ରାହୁଲ ଜୈନ । ସୂଚନା ଅନୁସାରେ ଢେ଼ଙ୍କାନାଳ ଗୁଣ୍ଡିଚାପଡାର ରାଜେଶ ପରିଡା ଫ୍ଲିପ କାର୍ଟ ହବ ରେ ମ୍ୟାନେଜର ଭାବେ କାମ କରୁଥିଲେ । ଏଠାରେ ମ୍ୟାନେଜର ରହି ଏହିଠାରୁ ଲୁଟ କରିବା ଯୋଜନା କରି କିଛି ଯୁବକଙ୍କୁ ସାମିଲ କରିବା ସହ ଅକ୍ଟୋବର ମାସ ୧୫ ତାରିଖରେ ନକଲି ବନ୍ଧୁକ ଓ ଛୁରୀ ଦେଖାଇ ପ୍ରାୟ ୫ ଲକ୍ଷ ଟଙ୍କା ଆଉ କିଛି ନୁଆଁ ମୋବାଇଲ ଲୁଟ କରିଥିଲେ । ଲୁଟ ହେବା ପରେ ନାଲକୋନଗର ଥାନା ପୁଲିସ ଅଭିଯୋଗ ପାଇ ତନାଘନା ଆରମ୍ଭ କରିଥିଲା । ଆଉ ତଦନ୍ତ ବେଳେ ମ୍ୟାନେଜର ସାମିଲ ଥିବା ଜଣା ପଡିଥିଲା । ମ୍ୟାନେଜରକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସବୁ କଥା ମାନି ଯାଇଥିଲା ବୋଲି ଏସ ପି କହିଛନ୍ତି । ଏହି ଘଟଣାରେ ମ୍ୟାନେଜର ରାଜେଶ ପରିଡା ସମେତ ୫ ଜଣଙ୍କୁ ଗିରଫ କରା ଯାଇଛି । ଅନ୍ୟ ଅଭିଯୁକ୍ତ ମାନେ ହେଲେ ଢେଙ୍କାନାଳ ଜିଲାର ସତ୍ୟଜିତ ନାଏକ , ସମ୍ବିତ ନାଏକ , ରଣେନ୍ଦ୍ର ନାଏକ ଓ ମହାଜ୍ୟୋତି ନାଏକ । ସେମାନଙ୍କ ନିକଟରୁ ଏକ ଛୁରୀ , ଏକ ଖେଳନା ବନ୍ଧୁକ , ୨ ଟି ଚୋରି ମୋବାଇଲ ସମେତ ୬ ଟି ମୋବାଇଲ ଓ ୭୦ ହଜାର ଟଙ୍କା ଜବତ କରାଯାଇଛି । ଆଜି ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…
ସାମାନ୍ୟ ବଚସାରୁ ପିଟିପିଟି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…