ଅନୁଗୁଳ – ପୂର୍ବ ଶତ୍ରୁତାରୁ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା । ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏଭଳି କାରାଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଗତ ୨୯/୦୯/୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଛକ ନିକଟରେ ପୂର୍ବ ଶତ୍ରୁତା ଯୋଗୁଁ ଅନ୍ତୁଳିଆ ଗାଁର ସଦାନନ୍ଦ ଗଡ଼ନାୟକ ସେହି ଗାଁର ଜଗବନ୍ଧୁ ବେହେରାଙ୍କୁ ଭୁଜାଲିରେ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଜଗବନ୍ଧୁଙ୍କର ମୃତ୍ୟୁ ହୋଇଥିଲା । ଜଗବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଯାଇତ୍ରୀ ବେହେରା ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୧୫ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ହୃଷିକେଶ ଆଚାର୍ଯ୍ୟ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ମଧ୍ୟ ଆଦେଶ ରହିଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ ।